ଟ୍ୱିଟର ଦଉଡ଼: ଟ୍ରମ୍ପଙ୍କ ପରେ ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ୩ କୋଟି ୬୦ ଲକ୍ଷ ଲୋକ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି। ଏହି ତଥ୍ୟ ଦେଇଛି ଆମେରିକାର ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କନ୍ୟୁନିକେସନ୍’। ଆମେରିକୀୟ ଗବେଷକ କହିଛନ୍ତି, ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବାରେ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ‍କ୍ଷମତାକୁ ଆସିବା ପରେ ବିଜେପି ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାକୁ ଭରପୂର ଉଦ୍ୟମ ଜାରି […]

KAHU KAHU KAHIDELI-13

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 04:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ୩ କୋଟି ୬୦ ଲକ୍ଷ ଲୋକ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି। ଏହି ତଥ୍ୟ ଦେଇଛି ଆମେରିକାର ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କନ୍ୟୁନିକେସନ୍’। ଆମେରିକୀୟ ଗବେଷକ କହିଛନ୍ତି, ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବାରେ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ‍କ୍ଷମତାକୁ ଆସିବା ପରେ ବିଜେପି ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାକୁ ଭରପୂର ଉଦ୍ୟମ ଜାରି ରଖିଛି। ଗତ ୬ ବର୍ଷ ଧରି ପ୍ରାୟ ୯ ହଜାର ଟ୍ୱିଟ୍‌କୁ ଅନୁଧ୍ୟାନ କରିବା ପରେ ଆମେରିକୀୟ ବିଶ୍ୱବିଦ୍ୟାଳୟ ଏହି ତଥ୍ୟ ଦେଇଛି। ହିସାବ କହୁଛି, ଟ୍ୱିଟର ପେଜ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସର୍ବାଧିକ ଫଲୋଅର୍ ରହିଛନ୍ତି। ଯୁବ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଏହା ଏକ ବଡ଼ ଅସ୍ତ୍ର ଭଳି କାମ କରୁଛି।

Related story