ମମତାଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର

ସିଲିଗୁଡ଼ି: ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମମତା(ଦିଦି) ହିଁ ପଶ୍ଚିମବଙ୍ଗ ବିକାଶରେ ସ୍ପିଡ୍‌ବ୍ରେକର ସାଜିଥିବା ମୋଦି ସିଧାସଳଖ କହିଛନ୍ତି। ଆଜି ସିଲିଗୁଡ଼ିଠାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଗରିବଙ୍କ ବିକାଶ ପାଇଁ ଏକାଧିକ ଯୋଜନା କରିଛନ୍ତି। ହେଲେ ଦିଦି ଏହାକୁ ଲୋକଙ୍କ ପାଖରେ […]

r

Hemant Lenka
  • Published: Wednesday, 03 April 2019
  • , Updated: 03 April 2019, 05:04 PM IST

ସିଲିଗୁଡ଼ି: ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମମତା(ଦିଦି) ହିଁ ପଶ୍ଚିମବଙ୍ଗ ବିକାଶରେ ସ୍ପିଡ୍‌ବ୍ରେକର ସାଜିଥିବା ମୋଦି ସିଧାସଳଖ କହିଛନ୍ତି।

ଆଜି ସିଲିଗୁଡ଼ିଠାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଗରିବଙ୍କ ବିକାଶ ପାଇଁ ଏକାଧିକ ଯୋଜନା କରିଛନ୍ତି। ହେଲେ ଦିଦି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବାଧା ସୃଷ୍ଟି କରୁଛନ୍ତି। ବିକାଶ ଆଗରେ ସ୍ପିଡ୍‌ ବ୍ରେକର ସାଜିଥିବା ଦିଦିଙ୍କ ପାଇଁ ପଶ୍ଚିମବଙ୍ଗର ଲୋକମାନେ ଆୟୂଷ୍ମାନ ଯୋଜନାର ଫାଇଦା ପାଇପାରୁନାହାନ୍ତି। ଦିଦି ଏହି ଯୋଜନାକୁ ରାଜ୍ୟରେ ସାମିଲ କରିବାକୁ ଚାହୁଁନାହାନ୍ତି। ମୁଁ ଚାହୁଁଛି ଏହି ସ୍ପିଡ୍‌ ବ୍ରେକରଙ୍କୁ ଲୋକମାନେ ହଟାଇବା ଦରକାର। କାରଣ ସ୍ପିଡ୍‌ ବ୍ରେକର ହଟିଲେ, ବିକାଶର ଗତି ବୃଦ୍ଧି ପାଇବ।”

ଅନ୍ୟପକ୍ଷରେ ନିର୍ବାଚନୀ ଇସ୍ତାହାରକୁ ଆଧାର କରି ମୋଦି କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। କଂଗ୍ରେସ ଓ ତା’ର ସହଯୋଗୀମାନେ ପାକିସ୍ତାନର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି। ସେମାନେ ଦେଶର ସେନାକୁ ଦୁର୍ବଳ କରିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଏଥିପାଇଁ ନିର୍ବାଚନୀ ଇସ୍ତାହାରରେ ଆଫସ୍ପା ଆଇନ୍‌ର ସଂଶୋଦନ ପାଇଁ ବ୍ୟବସ୍ଥା କରାଯାଇଛି।”
--

Related story