ବିଏସ୍‌ପି ଓ ସପା ଉପରେ ବର୍ଷିଲେ ମୋଦି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଜି ପ୍ରଧାନମନ୍ତ୍ରୀ ମୋଦି ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ସରକାର କଳାଧନ ହଟାଇବା କଥା କହୁଥିବା ବେଳେ ବର୍ତ୍ତମାନ ସପା ଓ ବିଏସପି ଦଳ ଏକାଠି ହୋଇ ମୋଦି ହଟାଅ ବୋଲି କହୁଛନ୍ତି। ରାଲିର ଭିଡ଼କୁ ଦେଖି ମୋଦି ଏଭଳି ଭିଡ଼ ପ୍ରଥମଥର ପାଇଁ ଦେଖୁଥିବା କହିଛନ୍ତି। ୟୁପିରେ ଏପରି ଜନ ସମାଗମ ନିର୍ବାଚନର ହିସାବ ବଦଳାଇବାକୁ ଯାଉଥିବା ମୋଦି କହିଛନ୍ତି। ରାଲିରେ ସପା ସରକାରକୁ ମୋଦି ଆକ୍ଷେପ […]

Narendra-Modi

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 05:59 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଜି ପ୍ରଧାନମନ୍ତ୍ରୀ ମୋଦି ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ସରକାର କଳାଧନ ହଟାଇବା କଥା କହୁଥିବା ବେଳେ ବର୍ତ୍ତମାନ ସପା ଓ ବିଏସପି ଦଳ ଏକାଠି ହୋଇ ମୋଦି ହଟାଅ ବୋଲି କହୁଛନ୍ତି।

ରାଲିର ଭିଡ଼କୁ ଦେଖି ମୋଦି ଏଭଳି ଭିଡ଼ ପ୍ରଥମଥର ପାଇଁ ଦେଖୁଥିବା କହିଛନ୍ତି। ୟୁପିରେ ଏପରି ଜନ ସମାଗମ ନିର୍ବାଚନର ହିସାବ ବଦଳାଇବାକୁ ଯାଉଥିବା ମୋଦି କହିଛନ୍ତି।

ରାଲିରେ ସପା ସରକାରକୁ ମୋଦି ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦଳରେ ରାଜନୀତି ଚାଲିବା ଠିକ୍‌ କଥା କିନ୍ତୁ ଏହି ରାଜନୀତିର ପ୍ରଭାବ ରାଜ୍ୟର ଜନତାଙ୍କ ଉପରେ ପଡ଼ିବା ଠିକ୍‌ ନୁହେଁ। ଦଳର ରାଜନୀତି ଦଳ ମଧ୍ୟରେ ସିମୀତ ରହିବା ଦରକାର।

ଭାରତକୁ ଆଗକୁ ବଢ଼ାଇବା ପାଇଁ ହେଲେ ଉତ୍ତରପ୍ରଦେଶରେ ପରିବର୍ତ୍ତନ ନିହାତି ଜରୁରୀ। ଦୀର୍ଘ୧୪ବର୍ଷ ଧରି ୟୁପିରେ ବିକାଶର ନାଁରେ ବନବାସ ହୋଇସାରିଛି ଯାହା ଖୁବ୍‌ ଶୀଘ୍ର ସରିବାକୁ ଯାଉଛି ବୋଲି ମୋଦି କହିଛନ୍ତି।

 

Related story