ପ୍ରିୟଙ୍କା ରାଜନୀତିକୁ ଆସିବା ନେଇ ମୋଦି କହିଲେ ଏମିତି କଥା 

ମୁମ୍ବାଇ: ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ୍‌ର ସାଧାରଣ ସମ୍ପାଦକ କରାଯିବା ସହ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ୍‌କୁ ଟାର୍ଗେଟ କରିଛନ୍ତି। ବୁଧବାର ମହାରାଷ୍ଟ୍ରରେ ଭିଡିଓ କମଫରେନ୍ସ ମାଧ୍ୟମରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ କଂଗ୍ରେସ୍‌ରେ ପରିବାର ବାଦ୍‌ ରାଜନୀତି ଚାଲିଥିବା ସେ କହିଛନ୍ତି। ଏହାସହ ସେ ଏନ୍‌ସିପି ମୁଖ୍ୟ ଶରଦ ପାୱରଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, “କଂଗ୍ରେସ୍‌ ବାରମ୍ବାର ଶରଦ ପାୱରଙ୍କୁ ଅପମାନିତ କରିଆସିଛି।  ସେ ଦୀର୍ଘ ବର୍ଷ […]

narendra-modi

Rakesh Mallick
  • Published: Thursday, 24 January 2019
  • , Updated: 24 January 2019, 10:35 AM IST

ମୁମ୍ବାଇ: ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ୍‌ର ସାଧାରଣ ସମ୍ପାଦକ କରାଯିବା ସହ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ୍‌କୁ ଟାର୍ଗେଟ କରିଛନ୍ତି। ବୁଧବାର ମହାରାଷ୍ଟ୍ରରେ ଭିଡିଓ କମଫରେନ୍ସ ମାଧ୍ୟମରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ କଂଗ୍ରେସ୍‌ରେ ପରିବାର ବାଦ୍‌ ରାଜନୀତି ଚାଲିଥିବା ସେ କହିଛନ୍ତି।

ଏହାସହ ସେ ଏନ୍‌ସିପି ମୁଖ୍ୟ ଶରଦ ପାୱରଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, “କଂଗ୍ରେସ୍‌ ବାରମ୍ବାର ଶରଦ ପାୱରଙ୍କୁ ଅପମାନିତ କରିଆସିଛି।  ସେ ଦୀର୍ଘ ବର୍ଷ ହେଲା ଲୋକମାନଙ୍କ ପାଇଁ କାମ କରିଆସିଛନ୍ତି। ହେଲେ କଂଗ୍ରେସ୍‌ ତାଙ୍କୁ ଅପମାନିତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ମୁଁ ତାଙ୍କୁ (ଶରଦ ପାୱର) ବହୁତ ସମ୍ମାନ କାରିଥାଏ।

ସେ ଆହୁରି କହିଛନ୍ତି, “ତାଙ୍କର ଏକମାତ୍ର ଭୁଲ ଥିଲା ସେ କଂଗ୍ରେସ୍‌ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବାହାରର ରାସ୍ତା ଦେଖାଇ ଦିଆଗଲା। ଏହା କେବଳ ପରିବାରବାଦୀ ରାଜନୀତିରେ ହୋଇଥାଏ।”

ସୂଚନାଯୋଗ୍ୟ, ୧୯୯୯ରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ନିଷ୍ପତ୍ତିକୁ ଶରଦ ପାୱର ବିରୋଧ କରିବାରୁ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା।

Related story