ମେ’୧୪ରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ମେ’୧୪ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ବିଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଚୀନ୍, ମଙ୍ଗୋଲିଆ ଓ କୋରିଆ ଯିବେ। ପ୍ରଥମେ ସେ ଚୀନ ଯିବେ। ପ୍ରଧାନମନ୍ତ୍ରାୀ ହେବା ପରେ ଏହା ମୋଦିଙ୍କର ପ୍ରଥମ ଚୀନ ଗସ୍ତ ହେବ। ସେଠାରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ରିହବେ । ଏହି ସମୟ ମଧ୍ୟରେ ସେ ଜିଆନ୍,ବେଜିଂ ଓ ସାଙ୍ଘାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନର ଉଚ୍ଚପ୍ରତିନିଧି ମଣ୍ଡଳୀ […]

modi

Rakesh Mallick
  • Published: Tuesday, 05 May 2015
  • , Updated: 05 May 2015, 12:28 PM IST

ନୂଆଦିଲ୍ଲୀ: ମେ’୧୪ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ବିଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଚୀନ୍, ମଙ୍ଗୋଲିଆ ଓ କୋରିଆ ଯିବେ। ପ୍ରଥମେ ସେ ଚୀନ ଯିବେ। ପ୍ରଧାନମନ୍ତ୍ରାୀ ହେବା ପରେ ଏହା ମୋଦିଙ୍କର ପ୍ରଥମ ଚୀନ ଗସ୍ତ ହେବ। ସେଠାରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ରିହବେ । ଏହି ସମୟ ମଧ୍ୟରେ ସେ ଜିଆନ୍,ବେଜିଂ ଓ ସାଙ୍ଘାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନର ଉଚ୍ଚପ୍ରତିନିଧି ମଣ୍ଡଳୀ ସହିତ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗଦେବେ। ତା’ ସହିତ ଚୀନରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ।
ମେ’ ୧୭ ତାରିଖରେ ସେ ମଙ୍ଗୋଲିଆରେ ପହଞ୍ଚିବେ। ମଙ୍ଗୋଲିଆ ଗସ୍ତ କରିବାରେ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେଠାରୁ ମୋଦି ଯିବେ ରିପବ୍ଲିକ କୋରିଆକୁ। ଏହି ଗସ୍ତ ବେଳେ ଭାରତ ଓ କୋରିଆ ମଧ୍ୟରେ ଅନେକ ଗୁଡିଏ ଦ୍ୱିପାକ୍ଷିକ ଚୁକ୍ତି ହେବ। କୋରିଆ ରାଷ୍ଟ୍ରପତି ପାର୍କ ଗିୟୁନ୍ ହୟେ ଓ ଦେଶର ବଡ ବଡ ଉଦ୍ୟୋଗପତିଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି।

Related story