ମୋଦିଙ୍କୁ ଶୁଣିବାକୁ ଲୋକ ନାହାନ୍ତି !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠି ଛିଡା ହୋଇଯାଆନ୍ତି, ସେଇଠି ଭିଡ ହୋଇଯାଏ। ଏ କଥା ସମସ୍ତେ କହୁଥିଲେ ମଧ୍ୟ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ଏବେ ଟିକେ ଅଲଗା କଥା ଶୁଣିବାକୁ ମିଳୁଛି। କୁଆଡେ ମୋଦିଙ୍କୁ ଶୁଣିବାକୁ ଆଉ ଲୋକ ନାହାନ୍ତି। ଏମିତିକି ମୋଦିଙ୍କ ସଭାରେ ଲୋକ ହେଉ ନ ଥିବାରୁ ଚେୟାର ଫାଙ୍କା ପଡୁଛି ବୋଲି କୁହାଯାଉଛି। ନିକଟରେ ଏମତି ଏକ ଭାଇରାଲ ଭିଡିଓ ଦ୍ରୁତ ବେଗରେ ମୋବାଇଲରୁ ମୋବାଲକୁ ଡେଇଁବାକୁ ଲାଗୁଛି। କଥାଟି […]

w2

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 10:49 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠି ଛିଡା ହୋଇଯାଆନ୍ତି, ସେଇଠି ଭିଡ ହୋଇଯାଏ। ଏ କଥା ସମସ୍ତେ କହୁଥିଲେ ମଧ୍ୟ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ଏବେ ଟିକେ ଅଲଗା କଥା ଶୁଣିବାକୁ ମିଳୁଛି। କୁଆଡେ ମୋଦିଙ୍କୁ ଶୁଣିବାକୁ ଆଉ ଲୋକ ନାହାନ୍ତି। ଏମିତିକି ମୋଦିଙ୍କ ସଭାରେ ଲୋକ ହେଉ ନ ଥିବାରୁ ଚେୟାର ଫାଙ୍କା ପଡୁଛି ବୋଲି କୁହାଯାଉଛି। ନିକଟରେ ଏମତି ଏକ ଭାଇରାଲ ଭିଡିଓ ଦ୍ରୁତ ବେଗରେ ମୋବାଇଲରୁ ମୋବାଲକୁ ଡେଇଁବାକୁ ଲାଗୁଛି।

କଥାଟି ହେଉଛି ଏମିତି । ଗୁଜୁରାଟ ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବେ ଦଳୀୟ ପ୍ରଚାରରେ ବ୍ୟସ୍ତ। ନିକଟରେ ସେ ଗୁଜରାଟ ସୌରାଷ୍ଟ୍ର ନିର୍ବାଚନମଣ୍ଡଳୀର ଏକ ସଭାରେ ଯୋଗ ଦେଇଥିଲେ। ଏହି ସଭାର ଉପସ୍ଥିତ ଜଣେ ଖବରଦାତା ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଭାଷଣର ଅଳ୍ପ ସମୟ ପୂର୍ବରୁ ସେ ସଭାସ୍ଥଳର ଗୋଟିଏ ଭାଗ ଜନଶୂନ୍ୟ ହୋଇପଡିଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ନିଜ ଖବରରେ ଦର୍ଶାଇଛନ୍ତି।

ତାଙ୍କ ଦ୍ୱାରା ପ୍ରକାଶିତ ଖବରରେ ସେ ଲେଖିଛନ୍ତି ଯେ, ଏଠାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ଥିବା ବେଳେ ୧୨,୦୦୦ ଚେୟାରର ବ୍ୟବସ୍ଥା ରହିଥିଲା। ଯେଉଁଥିରୁ ପ୍ରାୟ ୮୦୦ ଚେୟାର ଖାଲି ପଡିଥିଲା। ଏଣେ ଏ ସମ୍ପର୍କରେ ସ୍ଥାନୀୟ ଭାଜପା କର୍ମୀଙ୍କୁ ପଚରାଯିବାରୁ କହିଛନ୍ତି ଯେ, ଏସ୍‌ପିଓ ଯବାନମାନେ କେତେକ ଲୋକଙ୍କୁ ଭିତରକୁ ଆସିବାକୁ ନ ଦେବାରୁ ଏଭଳି ଚେୟାର ଗୁଡିକ ଖାଲି ପଡିଥିଲା। ତାଙ୍କ ମୁତାବକ ଯେଉଁ ଲୋକଙ୍କ ପାଖରେ ତମାଖୁ, ବିଡି, ସିଗାରେଟ ବା ଦିଆସିଲ ଥିଲା, ସେମାନଙ୍କୁ ସଭାସ୍ଥଳକୁ ଆସିବାକୁ ଦିଆଯାଇ ନ ଥିଲା। ଏଣୁ ଲୋକେ ବାହାରେ ଅଟକି ରହିଥିଲେ ।

ଚେୟାର ଖାଲି ପଡିଥିବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ହେଁ ଏହାର ସତ୍ୟତା ଏ ଯାଏଁ ଜଣାପଡିନି।

Related story