ମୋଦିଙ୍କ ଆମେରିକା ଗସ୍ତ ଶେଷ, ଫେରୁଛନ୍ତି ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ଦିନିଆ ବିଦେଶ ଗସ୍ତ ଶେଷ ହୋଇଛି। ମୋଦି ସ୍ୱଦେଶ ଫେରୁଛନ୍ତି। ଗସ୍ତର ଶେଷ ଦିନରେ ଭାରତ-ଆମେରିକା ଶିଖର ବୈଠକ ଅନୁଷ୍ଠିତ ହୋଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଆମେରିକା ସମର୍ଥନ କରୁଥିବା ବୈଠକରେ ଦୋହରାଇଛି। ଆତଙ୍କବାଦ ବିରୋଧରେ ଭାରତ ଓ ଆମେରିକା ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ ପାଇଛି। ଏଥିସହ ଦୁଇ ଦେଶ ମଧ୍ୟରେ ଗୁଇନ୍ଦା ସହଯୋଗ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ […]

modi

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 05:11 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ଦିନିଆ ବିଦେଶ ଗସ୍ତ ଶେଷ ହୋଇଛି। ମୋଦି ସ୍ୱଦେଶ ଫେରୁଛନ୍ତି। ଗସ୍ତର ଶେଷ ଦିନରେ ଭାରତ-ଆମେରିକା ଶିଖର ବୈଠକ ଅନୁଷ୍ଠିତ ହୋଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଆମେରିକା ସମର୍ଥନ କରୁଥିବା ବୈଠକରେ ଦୋହରାଇଛି। ଆତଙ୍କବାଦ ବିରୋଧରେ ଭାରତ ଓ ଆମେରିକା ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ ପାଇଛି। ଏଥିସହ ଦୁଇ ଦେଶ ମଧ୍ୟରେ ଗୁଇନ୍ଦା ସହଯୋଗ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏସୀୟ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ଅଞ୍ଚଳରେ ଭାରତ ଓ ଆମେରିକାର ମିଳିତ ସମରାଭ୍ୟାସ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଦୁଇ ପକ୍ଷ ମଧ୍ୟରେ ଆର୍ଥିକ ସମ୍ୱନ୍ଧରେ ଅଗ୍ରଗତି, ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଶିଖର ବୈଠକ ପୂର୍ବରୁ ମୋଦି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମେରନ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହଲାଣ୍ଡେଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପୂର୍ବରୁ ମୋଦି ସିଲିକନ୍ ଭ୍ୟାଲିରେ ଟପ୍ ଆଇଟି କଂପାନୀ ମୁଖ୍ୟଙ୍କୁ ଭେଟିଥିଲେ। ଗସ୍ତ ସମୟରେ ମୋଦି ନିଜର ନିଆରା ଅନ୍ଦାଜ ବଳରେ ପୁରା ଆମେରିକାର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

Related story