ଚାକିରି ଛାଡ଼ି ଏକୁଟିଆ ୩୦୦ ଏକର ଅଞ୍ଚଳକୁ ସବୁଜିମାରେ ପରିଣତ କଲେ ଯୁବକ

ଇମ୍ଫାଲ: ୩୦୦ ଏକରର ଅଞ୍ଚଳ ଯାହାର ନାଁ ରହିଥିଲା ପୁନ୍‌ସିଲୋକ ବା ‘ଜୀବନର ବସନ୍ତ’। କିନ୍ତୁ ସ୍ଥାନୀୟ ଲୋକଙ୍କ ନିଆଁ ଲଗାଇ ସେଠାରେ ଚାଷ ଆରମ୍ଭ କରିବା ପରେ ସେଠି ସବୁଜିମାର ଚିହ୍ନବର୍ଣ୍ଣ ନଥିଲା। କିନ୍ତୁ ଗତ ୧୭ ବର୍ଷରେ ଏହାର ସ୍ଥିତି ବଦଳାଇଛନ୍ତି ଏକାକୀ ମୋଇରଙ୍ଗଦେମ୍‌ ଲୋଇୟା। ମଣିପୁରର ଏହି ଯୁବକ ଦେଇଥିବା ସୂଚନା ଅନୁଯାୟୀ, ଏହି ସ୍ଥାନରେ ବର୍ତ୍ତମାନ ୨୫୦ ପ୍ରକାରର ଗଛ ଲଗାଯାଇଛି ଏବଂ ସେଥିରୁ ୨୫ ପ୍ରକାରର କେବଳ ବାଉଁଶ। ଏହି […]

Manipur

Subrat Kumar Nayak
  • Published: Friday, 30 August 2019
  • , Updated: 30 August 2019, 04:26 PM IST

ଇମ୍ଫାଲ: ୩୦୦ ଏକରର ଅଞ୍ଚଳ ଯାହାର ନାଁ ରହିଥିଲା ପୁନ୍‌ସିଲୋକ ବା ‘ଜୀବନର ବସନ୍ତ’। କିନ୍ତୁ ସ୍ଥାନୀୟ ଲୋକଙ୍କ ନିଆଁ ଲଗାଇ ସେଠାରେ ଚାଷ ଆରମ୍ଭ କରିବା ପରେ ସେଠି ସବୁଜିମାର ଚିହ୍ନବର୍ଣ୍ଣ ନଥିଲା। କିନ୍ତୁ ଗତ ୧୭ ବର୍ଷରେ ଏହାର ସ୍ଥିତି ବଦଳାଇଛନ୍ତି ଏକାକୀ ମୋଇରଙ୍ଗଦେମ୍‌ ଲୋଇୟା। ମଣିପୁରର ଏହି ଯୁବକ ଦେଇଥିବା ସୂଚନା ଅନୁଯାୟୀ, ଏହି ସ୍ଥାନରେ ବର୍ତ୍ତମାନ ୨୫୦ ପ୍ରକାରର ଗଛ ଲଗାଯାଇଛି ଏବଂ ସେଥିରୁ ୨୫ ପ୍ରକାରର କେବଳ ବାଉଁଶ। ଏହି ଜଙ୍ଗଲରେ ବର୍ତ୍ତମାନ ପକ୍ଷୀ, ସାପ ଏବଂ ଅନ୍ୟ ଜନ୍ତୁ ମଧ୍ୟ ବସବାସ କରୁଛନ୍ତି।

ଏହି ଉଦ୍ୟମକୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ବହୁତ ପ୍ରଶଂସା କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ପୁନଃ ବନୀକରଣ ପାଇଁ ଆଗ୍ରହୀ ସମସ୍ତଙ୍କୁ ଆମେ ପ୍ରୋତ୍ସାହନ ଦେଉଛୁ।

ଏହି ଯୁବକ ୨୦୦୨ ମସିହା ପରଠାରୁ ବୃକ୍ଷରୋପଣ କରିଆସୁଛନ୍ତି। ସେ କାମ ଆରମ୍ଭ କରିବାବେଳକୁ ଗୋଟିଏ ବି ଗଛ ନଥିଲା। ଏହା ପୂର୍ବରୁ ଏଠାରେ ଜଙ୍ଗଲ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଧାନ ଚାଷ କରିବା ପାଇଁ ଏଠାରେ ନିଆଁ ଲଗାଇ ଦେଇଥିଲେ।

ଏହା ପୂର୍ବରୁ ଲୋଇୟା ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଥିଲେ। ପରେ ଦସେ ଚାକିରି ଛାଡ଼ି ଜଙ୍ଗଲ ସୃଷ୍ଟିରେ ମନ ଦେଇଥିଲେ। ସେ ଏବେ ନିଜ ହାତ ତିଆରି ଏକ କୁଡ଼ିଆରେ ବସବାସ କରୁଛନ୍ତି।

Related story