ଆସନ୍ତାକାଲି କେରଳରେ ବର୍ଷିବ ମୌସୁମୀ, ଓଡ଼ିଶାରେ ଆରମ୍ଭ ହୋଇନି ପ୍ରାକ ମୌସୁମୀ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କେରଳ ଉପକୂଳ ଛୁଇଁ ବର୍ଷିବ ମୌସୁମୀ। ଗୁରୁବାର ମୌସୁମୀ କେରଳ ଛୁଇଁସାରିଥିବା ବେଳେ ଆସନ୍ତାକାଲି ଏହା ସକ୍ରିୟ ହେବ ବୋଲି ଜଣାପଡ଼ିଛି। ଏବେ ଦୁଇ ତିନି ଦିନ ଓଡ଼ିଶାରେ ପାଗ ମେଘୁଆ ରହିବ। ତେବେ ଇତିମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ  ହୋଇଥିବା ବର୍ଷାକୁ ପ୍ରାକ୍ ମୌସୁମୀ ବର୍ଷା କହିହେବ ନାହିଁ ବୋଲି ଆଇଏମଡିର ବରିଷ୍ଠ ପାଣିପାଗ ବିଜ୍ଞାନୀ ସୋମା ସେନ୍ ରାୟ କହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଏଭଳି ବର୍ଷା ହେଉଛି […]

rain

Subhransu Sekhar
  • Published: Friday, 07 June 2019
  • , Updated: 07 June 2019, 03:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କେରଳ ଉପକୂଳ ଛୁଇଁ ବର୍ଷିବ ମୌସୁମୀ। ଗୁରୁବାର ମୌସୁମୀ କେରଳ ଛୁଇଁସାରିଥିବା ବେଳେ ଆସନ୍ତାକାଲି ଏହା ସକ୍ରିୟ ହେବ ବୋଲି ଜଣାପଡ଼ିଛି। ଏବେ ଦୁଇ ତିନି ଦିନ ଓଡ଼ିଶାରେ ପାଗ ମେଘୁଆ ରହିବ। ତେବେ ଇତିମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ  ହୋଇଥିବା ବର୍ଷାକୁ ପ୍ରାକ୍ ମୌସୁମୀ ବର୍ଷା କହିହେବ ନାହିଁ ବୋଲି ଆଇଏମଡିର ବରିଷ୍ଠ ପାଣିପାଗ ବିଜ୍ଞାନୀ ସୋମା ସେନ୍ ରାୟ କହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଏଭଳି ବର୍ଷା ହେଉଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷା ହୋଇନଥିବା ବେଳେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ କିନ୍ତୁ ଗତକାଲି ପ୍ରବଳ ବର୍ଷା ଗତକାଲିଠୁ ଆରମ୍ଭ ହୋଇଛି। ଝଡ଼ ତୋଫାନ ଓ ବଜ୍ରପାତ ହେବା ଫଳରେ ଏହି ଦୁଇ ରାଜ୍ୟରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ସେହିପରି ରାଜସ୍ଥାନ, ମହାରାଷ୍ଟ୍ରରେ ମୌସୁମୀ ଜନିତ ବର୍ଷା ହେବାକୁ ଆହୁରି ସାତ ଦିନ ସମୟ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Related story