ଉଭେଇ ଯିବ ନୀଳ, ଲାଲ ଟହ ଟହ ଦିଶିବ ଜହ୍ନ

ନୂଆଦିଲ୍ଲୀ: ଲାଲ ଟହ ଟହ ଦିଶିବ ଜହ୍ନ। ଉଭେଇ ଯିବ ନୀଳ ରଙ୍ଗ। ରକ୍ତ ବର୍ଣ୍ଣ ହେବ ଜହ୍ନ। କାରଣ ଚଳିତ ଜୁଲାଇ ୨୭ ତାରିଖରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ଲାଲ ଜହ୍ନ ସହିତ ଚନ୍ଦ୍ରଗ୍ରହଣ ହେବ। ସଂଧ୍ୟାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁଥିବାରୁ ଚନ୍ଦ୍ର ଏଭଳି ଲାଲ ରଂଗର ଦେଖାଯିବ। ଏହା ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ୪ ଘଣ୍ଟାରୁ ଅଧିକ […]

h-666

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 06:16 PM IST

ନୂଆଦିଲ୍ଲୀ: ଲାଲ ଟହ ଟହ ଦିଶିବ ଜହ୍ନ। ଉଭେଇ ଯିବ ନୀଳ ରଙ୍ଗ। ରକ୍ତ ବର୍ଣ୍ଣ ହେବ ଜହ୍ନ। କାରଣ ଚଳିତ ଜୁଲାଇ ୨୭ ତାରିଖରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ଲାଲ ଜହ୍ନ ସହିତ ଚନ୍ଦ୍ରଗ୍ରହଣ ହେବ। ସଂଧ୍ୟାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁଥିବାରୁ ଚନ୍ଦ୍ର ଏଭଳି ଲାଲ ରଂଗର ଦେଖାଯିବ। ଏହା ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ୪ ଘଣ୍ଟାରୁ ଅଧିକ ସମୟ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳିବ। ଜୁଲାଇ ୨୭ ତାରିଖରୁ ଏହି ଚନ୍ଦ୍ର ଗ୍ରହଣ, ମଧ୍ୟରାତ୍ରି ପରେ ବି ଅର୍ଥାତ ଜୁଲାଇ ୨୮ ତାରିଖରେ ମଧ୍ୟ ଏହା ଦୃଶ୍ୟମାନ ହେବ। ପୂର୍ବରୁ ଗତ ଜାନୁଆରୀ ୩୧ତାରିଖରେ ସୁପର ମୁନ୍‌ ଓ ନୀଳ-ଲାଲ ଜହ୍ନ ସହିତ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା। ଏହା ୧ଘଣ୍ଟାରୁ ଅଧିକ ସମୟ ଧରି ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ପ୍ରାୟ ୧୫୦ବର୍ଷ ପରେ ବିଶ୍ୱବାସୀ ଏଭଳି  ଚିତ୍ର ଦେଖିବାକୁ ପାଇଥିଲେ।

Related story