ପାକ୍‌ ସେନା ଏଫ୍‌-୧୬ ଜେଟ ବ୍ୟବହାର କରିଥିଲେ: ପିଓକେ ପୁଲିସ୍‌

ଇସ୍‌ଲାମାବାଦ: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ଭାରତ ଉପରେ ପାକିସ୍ତାନ ସେନା ଆମେରିକା ଠାରୁ କିଣିଥିବା ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା। ତେବେ ଭାରତର ପାଲଟା ଆକ୍ରମଣରେ ଏହା ଧ୍ୱଂସ ପାଇଯାଇଥିଲା ଏବଂ ପାକ୍‌ ଅଧିକୃତ ପାକିସ୍ତାନ(ପିଓକେ)ରେ ଖସି ପଡ଼ିଥିଲା। ଏକଥାକୁ ପାକିସ୍ତାନ ସେନା ମନା କରୁଥିଲେ ହେଁ ଆଜି ପିଓକେର ଜଣେ ପୁଲିସ୍‌ ଅଧିକାରୀ ସବୁ ଗୁମର ଖୋଲି ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଇନ୍‌ଭେଷ୍ଟିଗେଟିଭ ରିପୋର୍ଟିଂ ବେଳେ ପିଓକେର […]

sdew2

Hemant Lenka
  • Published: Monday, 11 March 2019
  • , Updated: 11 March 2019, 09:43 PM IST

ଇସ୍‌ଲାମାବାଦ: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ଭାରତ ଉପରେ ପାକିସ୍ତାନ ସେନା ଆମେରିକା ଠାରୁ କିଣିଥିବା ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା।

ତେବେ ଭାରତର ପାଲଟା ଆକ୍ରମଣରେ ଏହା ଧ୍ୱଂସ ପାଇଯାଇଥିଲା ଏବଂ ପାକ୍‌ ଅଧିକୃତ ପାକିସ୍ତାନ(ପିଓକେ)ରେ ଖସି ପଡ଼ିଥିଲା। ଏକଥାକୁ ପାକିସ୍ତାନ ସେନା ମନା କରୁଥିଲେ ହେଁ ଆଜି ପିଓକେର ଜଣେ ପୁଲିସ୍‌ ଅଧିକାରୀ ସବୁ ଗୁମର ଖୋଲି ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଇନ୍‌ଭେଷ୍ଟିଗେଟିଭ ରିପୋର୍ଟିଂ ବେଳେ ପିଓକେର ପୁଲିସ୍‌ ଅଧିକାରୀ ଜଣଙ୍କ ସବୁ କଥା କହିଛନ୍ତି।

ସେ କହିଛନ୍ତି, ଏଫ୍‌-୧୬ ଯୁଦ୍ଧ ବିମାନ ଖସିବା ପରେ ପାକ୍‌ ସେନା ପକ୍ଷରୁ ଆମକୁ ଫୋନ୍‌ ଆସିଥିଲା। କୌଣସି ଗଣମାଧ୍ୟମ ସେଠାକୁ ଯେମିତି ଯାଇ ନ ପାରିବେ, ସେକଥା ନିଶ୍ଚିତ କରିବାକୁ ତାଙ୍କୁ ସେନା ପକ୍ଷରୁ କୁହାଯାଇଥିଲା।

ପିଓକେରେ ଥିବା ଭିମବେରଠାରେ ହିଁ ପାକ୍‌ର ଏଫ୍‌-୧୬ ଯୁଦ୍ଧ ବିମାନ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କ ମିଗ୍‌-୨୧ରୁ ବାହାରିଥିବା ଗୁଳି ମାଡ଼ରେ ଖସି ପଡ଼ିଥିଲା। ଏଠାକାର ଜଣେ ପୁଲିସ୍‌ ଅଫିସର କହିଛନ୍ତି, ବିମାନ ଖସି ପଡ଼ିବା ପରେ ପାକିସ୍ତାନ ସେନା ପକ୍ଷରୁ ଆମକୁ ଫୋନ୍‌ ଆସିଥିଲା।

ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆମକୁ ନିର୍ଦ୍ଦେଶ ମିଳିଥିଲା। ଏଥିସହ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ଯେମିତି ପଦାକୁ ନ ଆସିବ, ସେ ବ୍ୟବସ୍ଥା ମଧ୍ୟ କରିବାକୁ କୁହାଯାଇଥିଲା। ପାକ୍‌ ସେନା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବୈଠକରେ ବିମାନ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ପ୍ରଘଟ ନ କରିବାକୁ କୁହାଯାଇଥିଲା। ପାକ୍‌ ସେନା ପକ୍ଷରୁ ପ୍ରଥମେ କ୍ୟାପ୍ଟେନ୍‌ ହାନେଫ୍‌ ହିଁ ଫୋନ୍‌ କରି ଦୁର୍ଘଟଣାସ୍ଥଳରେ ଯେମିତି ବିଦେଶ ମିଡିଆ ନ ପହଞ୍ଚିବେ, ସେକଥା ନିଶ୍ଚିତ କରିବାକୁ କହିଥିଲେ।”

ପାକିସ୍ତାନ ସେନା ଏଫ୍‌-୧୬ର ବ୍ୟବହାର କରି ନଥିବା କହୁଥିଲେ ହେଁ ଭାରତ ପକ୍ଷରୁ ଏଥିରେ ବ୍ୟବହୃତ ହେଉଥିବା ଆମ୍ରାମ(ମିସାଇଲ୍‌)କୁ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରାଯାଇଛି।

Related story