କରୋନାରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପରଲୋକରେ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା। ସେପ୍ଟେମ୍ବର 11ରେ ସୁରେଶ ଅଙ୍ଗଡି କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସୁରେଶ ଅଙ୍ଗଡି କେନ୍ଦ୍ର ରାଜ୍ୟ ରେଳ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ନେତା, କଂଗ୍ରେସ ନେତା ସୁରେଶ ଅଙ୍ଗଡିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। […]

Suresh-Angadi

Subhransu Sekhar
  • Published: Wednesday, 23 September 2020
  • , Updated: 23 September 2020, 11:46 PM IST

ନୂଆଦିଲ୍ଲୀ: ପରଲୋକରେ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା। ସେପ୍ଟେମ୍ବର 11ରେ ସୁରେଶ ଅଙ୍ଗଡି କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସୁରେଶ ଅଙ୍ଗଡି କେନ୍ଦ୍ର ରାଜ୍ୟ ରେଳ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ନେତା, କଂଗ୍ରେସ ନେତା ସୁରେଶ ଅଙ୍ଗଡିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

କର୍ଣ୍ଣାଟକ ବେଲାଗାଭିର ସେ ସାଂସଦ ଥିଲେ। ସୁରେଶ ଅଙ୍ଗଡି କର୍ଣ୍ଣାଟକରେ ବିଜେପିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ସେ ଜଣେ ଉତ୍ସର୍ଗୀକୃତ ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି।

https://twitter.com/narendramodi/status/1308796654364037120

କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ମନ୍ତ୍ରୀଙ୍କ ଦେହାନ୍ତ ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସବୁବେଳେ ହସ ହସ ମୁହଁରେ କଥା ହେଉଥିବା ଅଙ୍ଗଡି ମହୋଦୟଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ।

https://twitter.com/vdsharmabjp/status/1308793869417369600

https://twitter.com/sambitswaraj/status/1308793631474683904

Related story