ବାବ୍ରି ମସଜିଦ୍ ଭଙ୍ଗ ଘଟଣା: ୱାକଫ ବୋର୍ଡ଼ କହିଲା ରାମ ଜନ୍ମ ଭୂମିଠାରୁ ଦୂରରେ ହେଉ ମସଜିଦ୍

ନୂଆଦିଲ୍ଲୀ: ରାମ ମନ୍ଦିର ଓ ମସଜିଦ୍ ପାଖାପାଖି  ନିର୍ମାଣ ହେଲେ ବିବାଦ ସୃଷ୍ଟି ହେବ । ତେଣୁ ରାମ ଜନ୍ମଭୂମିଠାରୁ ପର୍ଯ୍ୟାପ୍ତ ଦୂରତା ଓ ମୁସଲିମ ବହୁଳ ଅଂଚଳରେ ମସଜିଦ୍‌ ନିର୍ମାଣ ହେବା ଦରକାର। ରାମଜନ୍ମଭୂମି ଓ ବାବ୍ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ପକ୍ଷ ରଖି ଏହା କହିଛି ସିଆ ୱାକର୍ଫ ବୋର୍ଡ ।  ଦୀର୍ଘ ଦିନ ଧରି ଚାଲିଥିବା ବାବ୍ରୀ ମସଜିଦ ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ […]

mosque

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 10:25 PM IST

ନୂଆଦିଲ୍ଲୀ: ରାମ ମନ୍ଦିର ଓ ମସଜିଦ୍ ପାଖାପାଖି  ନିର୍ମାଣ ହେଲେ ବିବାଦ ସୃଷ୍ଟି ହେବ । ତେଣୁ ରାମ ଜନ୍ମଭୂମିଠାରୁ ପର୍ଯ୍ୟାପ୍ତ ଦୂରତା ଓ ମୁସଲିମ ବହୁଳ ଅଂଚଳରେ ମସଜିଦ୍‌ ନିର୍ମାଣ ହେବା ଦରକାର। ରାମଜନ୍ମଭୂମି ଓ ବାବ୍ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ପକ୍ଷ ରଖି ଏହା କହିଛି ସିଆ ୱାକର୍ଫ ବୋର୍ଡ ।  ଦୀର୍ଘ ଦିନ ଧରି ଚାଲିଥିବା ବାବ୍ରୀ ମସଜିଦ ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ  କମିଟି ଗଠନ ପାଇଁ  ବୋର୍ଡ ପ୍ରସ୍ତାବ ଦେଇଛି ।

ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିନିଧିଙ୍କୁ ସ୍ଥାନ ଦେବା ଲାଗି  ବୋର୍ଡ ଅନୁରୋଧ କରିଛି ।୧୯୯୨ ମସିହାରେ ବିବାଦୀୟ ବାବ୍ରି ମସଜିଦକୁ  ଭଙ୍ଗା ଯାଇଥିଲା। ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ତେବେ ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ବିବାଦୀୟ ଜମିକୁ ତିନି ଭାଗରେ ବିଭକ୍ତ କରିଥିଲେ। ଗୋଟିଏ ଭାଗ ରାମ ଜନ୍ମଭୂମି ନ୍ୟାସ , ଦ୍ୱିତୀୟ ଭାଗ  ନିର୍ମୋହୀ ଆଖଡା ଓ ତୃତୀୟ ଭାଗକୁ ସୁନି ୱାକଫ ବୋର୍ଡକୁ ଦିଆଯାଇଥିଲା।  କିନ୍ତୁ ସୁନି ୱାକର୍ଫ ବୋର୍ଡକୁ ଦିଆଯାଇଥିବା ଜମି, ସିଆ ୱାକଫ୍ ବୋର୍ଡର ବୋଲି ଉତ୍ତରପ୍ରଦେଶର ସିଆ କେନ୍ଦ୍ରୀୟ ୱାକଫ୍ ବୋର୍ଡ  ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲା। ଆସନ୍ତା  ୧୧ ତାରିଖରୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆରମ୍ଭ କରିବେ।

Related story