‘୨୦୩୦ ସୁଦ୍ଧା ଅନେକ ସହରରେ ଉତ୍କଟ ଜଳ ସଙ୍କଟ ଦେଖାଦେବ’

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ପାଣି ସମସ୍ୟା ଦେଖାଦେଇଛି। ଆଗାମୀ ୧୦ବର୍ଷ ପରେ ଏହି ସମସ୍ୟା ଅଧିକ ଉତ୍କଟ ହେବ। ନିକଟରେ ବସିଥିବା ନୀତି ଆୟୋଗର  ବୈଠକରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଦେଶର ପାଣି ସମସ୍ୟା ବାବଦରେ ଉଲ୍ଲେଖ କରାଯାଇଛି। ୨୦୨୦ରୁ ଏହି ପାଣି ସମସ୍ୟା ଦେଶର ବଡ଼ ବଡ଼ ସହରମାନଙ୍କରେ ଉତ୍କଟ ହେବ ଏବଂ ୨୦୩୦ ସୁଦ୍ଧା ସମ୍ପୃକ୍ତ ସହରମାନଙ୍କରେ ବର୍ତ୍ତମାନ ତୁଳନାରେ ୪୦ ପ୍ରତିଶତ କମ ପାଣି ଉପଲବ୍ଧ […]

water crisis (1)

Subhransu Sekhar
  • Published: Thursday, 20 June 2019
  • , Updated: 20 June 2019, 02:24 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ପାଣି ସମସ୍ୟା ଦେଖାଦେଇଛି। ଆଗାମୀ ୧୦ବର୍ଷ ପରେ ଏହି ସମସ୍ୟା ଅଧିକ ଉତ୍କଟ ହେବ। ନିକଟରେ ବସିଥିବା ନୀତି ଆୟୋଗର  ବୈଠକରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଦେଶର ପାଣି ସମସ୍ୟା ବାବଦରେ ଉଲ୍ଲେଖ କରାଯାଇଛି। ୨୦୨୦ରୁ ଏହି ପାଣି ସମସ୍ୟା ଦେଶର ବଡ଼ ବଡ଼ ସହରମାନଙ୍କରେ ଉତ୍କଟ ହେବ ଏବଂ ୨୦୩୦ ସୁଦ୍ଧା ସମ୍ପୃକ୍ତ ସହରମାନଙ୍କରେ ବର୍ତ୍ତମାନ ତୁଳନାରେ ୪୦ ପ୍ରତିଶତ କମ ପାଣି ଉପଲବ୍ଧ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏହାଦ୍ୱାରା ୧୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସଂସଦର ମିଳିତ ଉଦବୋଧନରେ ପାଣି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ପୂର୍ବ ବର୍ଷ ଭଳି ଚଳିତଥର ମଧ୍ୟ ଚେନ୍ନାଇରେ ଉତ୍କଟ ପାଣି ସମସ୍ୟା ଦେଖାଦେଇଛି। ଆଗାମୀ ଦିନରେ ତାମିଲନାଡୁରେ ଥିବା ତିନିଟି ନଦୀ, ଚାରୋଟି କେନାଲ, ଛଅଟି ଜଳ ଭଣ୍ଡାର ସମ୍ପୂର୍ଣ୍ଣ ଶୁଖିଯିବ। ସେହିପରି ହାଇଦ୍ରାବାଦ, ବେଙ୍ଗାଲୁରୁ, ହାଇଦ୍ରାବାଦରେ ମଧ୍ୟ ସମାନ ସ୍ଥିତି ଉପୁଜିବ ବୋଲି ରିପୋର୍ଟ ଆଶଙ୍କା ପ୍ରକାଶ କରିଛି।

ତିନି ବର୍ଷ ପୂର୍ବେ ନୀତି ଆୟୋଗ ଜଳ ସଙ୍କଟ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା।ସେଥିରେ ଦେଶର ଅଧିକାଂଶ ରାଜ୍ୟରେ ଜଳ ସଂରକ୍ଷଣ ଦିଗରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କୁହାଯାଇଥିଲା। ଏହି ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଛତିଶଗଡ, ରାଜସ୍ଥାନ, ଗୋଆ, କେରଳ, ବିହାର, ଉତ୍ତର ପ୍ରଦେଶ, ହରିୟାଣା, ଝାରଖଣ୍ଡ, ସିକ୍କିମ୍, ଆସାମ, ନାଗାଲ୍ୟାଣ୍ଡ, ଉତ୍ତରାଖଣ୍ଡ ଏବଂ ମେଘାଳୟ।

ଏହାପରେ ନୀତି ଆୟୋଗର ଆଉ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ତ୍ରିପୁରା, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ଅନୁରୂପ ଜଳ ସଙ୍କଟ ଦେଖାଦେବ ବୋଲି କୁହାଯାଇଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବିଭିନ୍ନ ରାଜ୍ୟରେ ସ୍ୱାଭାବିକରୁ କମ୍ ପରିମାଣରେ ବର୍ଷା ହେଉଛି। ତେଣୁ ଭୂତଳ ଜଳ କମି କମି ଯାଉଛି।

ଦେଶରେ ୪୫୦ଟି ନଦୀ ରହିଛି। ଏବେ ସମସ୍ତ ନଦୀକୁ ଯୋଡ଼ି ପାଣି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବେ କେନ୍ଦ୍ର ସରକାର। ଏହାଦ୍ୱାରା କମ ବର୍ଷା ଯୋଗୁ ଶୁଖିଲା ରହୁଥିବା ଅନେକ ନଦୀରେ ପାଣି ରହି ପାରିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। କାରଣ ବର୍ଷା ପରେ ଅନେକ ନଦୀର ପାଣି ବ୍ୟବହାର ନହୋଇ ସିଧା ସମୁଦ୍ରରେ ଯାଇ ମିଶିଥାଏ। ତେଣୁ ଏହି ପାଣି ସମୁଦ୍ରରେ ମିଶିବା ପୂର୍ବରୁ ଅନ୍ୟ ନଦୀ ଗୁଡ଼ିକୁ ପଠାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଶର ସମସ୍ତ ନଦୀକୁ ଯୋଡ଼ିବା ପାଇଁ ପ୍ରଥମେ ୨୦୦୨ରେ ପ୍ରୟାସ ଆରମ୍ଭ କରିଥିଲେ। ଏହାଦ୍ୱାରା ନଦୀର ପାଣିକୁ ସଂରକ୍ଷଣ କରିହେବ ବୋଲି ଚିନ୍ତା କରାଯାଇଥିଲା। ଚଳିତ ସରକାର ମଧ୍ୟ ବାଜପେୟୀଙ୍କ ଏହି ଚିନ୍ତାଧାରାକୁ ଆଗେଇ ନେବାକୁ ଏକ ସ୍ଵତନ୍ତ୍ର  ଜଳ ମନ୍ତ୍ରଣାଳୟ ଖୋଲା ଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Related story