ଏଇ ୮ଟି ସ୍ମାର୍ଟଫୋନ୍‌ କ’ଣ ସର୍ବଧିକ ଲୋକପ୍ରିୟ ?

ମୁମ୍ୱାଇ: Google ଚଳିତ ବର୍ଷ ସର୍ଚ୍ଚ ହୋଇଥିବା ବିଭିନ୍ନ ସାମଗ୍ରୀ ଏବଂ ତଥ୍ୟ ବାବଦରେ ବିବରଣୀ ପ୍ରକାଶ କରିଛି। ଏହି ବିବରଣୀରେ ୨୦୧୭ରେ କ’ଣ କ’ଣ ସର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ପ୍ରକାଶ ପାଇଛି। ମୋବାଇଲ ଫୋନ୍‌ ସମ୍ପର୍କରେ ଥିବା ତଥ୍ୟରେ ୮ଟି ସ୍ମାର୍ଟଫୋନ୍‌  ସମ୍ପର୍କରେ ପ୍ରକାଶ ପାଇଛି। ଯାହାକୁ ଅଧିକ ସଂଖ୍ୟକ ଦର୍ଶକ ସର୍ଚ୍ଚ କରିଛନ୍ତି। ଏହି ତାଲିକାରେ i phone 8, i phone X, Samsung Galaxy s8, Nokia 6,  Nokia […]

oppo-f5_1513323501

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 08:21 PM IST

ମୁମ୍ୱାଇ: Google ଚଳିତ ବର୍ଷ ସର୍ଚ୍ଚ ହୋଇଥିବା ବିଭିନ୍ନ ସାମଗ୍ରୀ ଏବଂ ତଥ୍ୟ ବାବଦରେ ବିବରଣୀ ପ୍ରକାଶ କରିଛି। ଏହି ବିବରଣୀରେ ୨୦୧୭ରେ କ’ଣ କ’ଣ ସର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ପ୍ରକାଶ ପାଇଛି। ମୋବାଇଲ ଫୋନ୍‌ ସମ୍ପର୍କରେ ଥିବା ତଥ୍ୟରେ ୮ଟି ସ୍ମାର୍ଟଫୋନ୍‌  ସମ୍ପର୍କରେ ପ୍ରକାଶ ପାଇଛି। ଯାହାକୁ ଅଧିକ ସଂଖ୍ୟକ ଦର୍ଶକ ସର୍ଚ୍ଚ କରିଛନ୍ତି।

ଏହି ତାଲିକାରେ i phone 8, i phone X, Samsung Galaxy s8, Nokia 6,  Nokia 3310, Razer Phone, Oppo f5, One plus 5 ଭଳି ମଡେଲ ସର୍ବାଗ୍ରେ ରହିଛି । i phone X ମଡେଲକୁ ଆପେଲ କମ୍ପାନୀ ଚଳିତ ବର୍ଷ ୧୦ମ ବାର୍ଷିକୋତ୍ସବରେ ମାର୍କଟରେ ଲଞ୍ଚ କରିଥିଲା। ଯାହାକୁ ଅଧିକ ଖୋଜିଥିଲେ ଦର୍ଶକ।

ଗତବର୍ଷ i phone 7 ତାଲିକାର ସର୍ବାଗ୍ରେ ରହି ସମସ୍ତ ଫୋନ୍‌କୁ ପଛରେ ପକାଇ ଦେଇଥିଲା। ସେହିପରି ଆକର୍ଷଣୀୟ   ଅଫର ଯୋଗୁ ଲୋକେ freedom 251କୁ ମଧ୍ୟ  ଖୁବ୍‌ ସର୍ଚ୍ଚ କରିଥିଲେ। ସବୁଠାରୁ ଦାମିକିଆ ସେଟ୍‌ ଭାବେ apple i phoneର ଚର୍ଚ୍ଚା ରହିଥିବା ବେଳେ ଶସ୍ତା i phone ଭାବେ i phone seକୁ ମଧ୍ୟ ଗ୍ରାହକ ଖୁବ୍‌ ଖୋଜିଥିଲେ।

Related story