ଗୋଟିଏ ମଣ୍ଡପରେ ବାହା ହେଲେ ମା' ଓ ଝିଅ

ଗୋରଖପୁର: ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି ମା’ ଓ ଝିଅ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁରରେ। ଯେଉଁଠାରେ ଉଭୟ ମା’ ଓ ଝିଅର ବିବାହ ଗୋଟିଏ ମଣ୍ଡପରେ ସମ୍ପନ୍ନ ହୋଇଛି। ଏଠାରେ ଏକ ସମୂହ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିନ୍ତୁ ଏଥିରେ ମା’ ଓ ଝିଅର ବିବାହ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ମା’ ପ୍ରଥମେ କନ୍ୟାଦାନ କରି ନିଜର କର୍ତ୍ତବ୍ୟ […]

mrg

Ranjit Kumar Jena
  • Published: Friday, 11 December 2020
  • , Updated: 11 December 2020, 09:22 PM IST

ଗୋରଖପୁର: ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି ମା' ଓ ଝିଅ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁରରେ। ଯେଉଁଠାରେ ଉଭୟ ମା' ଓ ଝିଅର ବିବାହ ଗୋଟିଏ ମଣ୍ଡପରେ ସମ୍ପନ୍ନ ହୋଇଛି। ଏଠାରେ ଏକ ସମୂହ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିନ୍ତୁ ଏଥିରେ ମା' ଓ ଝିଅର ବିବାହ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ମା' ପ୍ରଥମେ କନ୍ୟାଦାନ କରି ନିଜର କର୍ତ୍ତବ୍ୟ ତୁଲାଇଥିଲେ। ଏହା ପରେ ମା' ନିଜ ଜୀବନସାଥୀଙ୍କ ସହ ବିବାହ ମଣ୍ଡପରେ ବସିଥିଲେ।

ଗୋରଖପୁରରେ ଏକକାଳୀନ ୬୩ ଯୋଡ଼ିଙ୍କର ବିବାହ ହୋଇଥିଲା। ଏହି ବିବାହରେ ମା' ଓ ଝିଅ ନିଜ ନିଜର ଜୀବନସାଥୀ ସହ ସାତ ଫେରେ ନେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନା ଅନ୍ତର୍ଗତ ପିପରୌଲୀ ବ୍ଲକର ବେଲା ଦେବୀ ନିଜର ପାଞ୍ଚ ସନ୍ତାନ ମଧ୍ୟରୁ ଚାରିଜଣଙ୍କ ବିବାହ କରିସାରିଛନ୍ତି। ଏହି ଯୋଜନାରେ ସେ ତାଙ୍କର ସାନ ଝିଅର ବିବାହ କରାଇଛନ୍ତି। ତେବେ ବଡ଼ କଥା ହେଉଛି ଝିଅର କନ୍ୟାଦାନ କରିବା ପରେ ମା' ବେଲା ଦେବୀ ଏହି ମଣ୍ଡପରେ ବାହା ହୋଇଛନ୍ତି। ବେଲା ଦେବୀ ୫୫ ବର୍ଷୀୟ ଜଗଦୀଶଙ୍କ ସହ ବିବାହ କରିଛନ୍ତି।

ପୁଅ-ଝିଅର ବିବାହ ପରେ ଏକାକୀ ଜୀବନ ବିତାଇବା ବେଲା ଦେବୀଙ୍କ ପକ୍ଷେ ସହଜ ନଥିଲା। ବେଲା ଓ ତାଙ୍କର ଜୀବନସାଥୀ ଜଗଦୀଶ ନିଜ ପିଲା ଓ ପରିବାରବର୍ଗଙ୍କ ସହ ବିଚାରବିମର୍ଶ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମା' ଓ ଝିଅର ଏହି ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ସୂଚନାଯୋଗ୍ୟ, ୨୫ ବର୍ଷ ତଳେ ବେଲା ଦେବୀଙ୍କର ସ୍ୱାମୀଙ୍କର ପରଲୋକ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ବେଲା ଦେବୀଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ୨୫ ବର୍ଷ ଧରି ଏକାକୀ ଜୀବନ କାଟୁଥିବା ବେଲା ଦେବୀ ପରିବାରର ପରାମର୍ଶ ପରେ ହିଁ ନିଜ ଦିଅରଙ୍କୁ ବିବାହ କରିଛନ୍ତି। ଜଗଦୀଶ ନିଜର ତିନି ଭାଇଙ୍କ ମଧ୍ୟରୁ ସବୁଠାରୁ ସାନ। ନିଜ ପରିବାରର ଭରଣପୋଷଣ କରୁଥିବା ଜଗଦୀଶ ଅବିବାହିତ ରହି ଜୀବନ କାଟୁଥିଲେ। ଯେତେବେଳେ ସାମୂହିକ ବିବାହ କଥା ଜାଣିବାକୁ ପାଇଲେ, ଉଭୟ ବେଲା ଓ ଜଗଦୀଶ ଏକାଠି ହେବାକୁ ନିଷ୍ପତ୍ତି ନେଲେ। ଏହି ବିବାହ ସମାରୋହରେ ସ୍ଥାନୀୟ ବିଡିଓ ସାକ୍ଷୀ ଭାବେ ଉପସ୍ଥିତ ଥିଲେ।

Related story