ଅଶ୍ଳୀଳ କଲ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ମା’ ଝିଅ

କୋଏମ୍ବାଟୁର: ରଙ୍ଗ ନମ୍ବରକୁ ଫୋନ କଲ୍‌ କରି ବାରମ୍ବାର ଅଶ୍ଳୀଳ କଥା କହୁଥିବା ଜଣେ ବ୍ୟକ୍ତିଙ୍କୁ ଜୀବନ ଦେବାକୁ ପଡ଼ିଛି। ଏହି ଅଶ୍ଳୀଳ କଲ ପାଇଁ ଜଣେ  ମହିଳା ଓ ତାଙ୍କ ଝିଅ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ତାମିଲନାଡୁ ଅନ୍ତର୍ଗତ କରମାଡିର ପେରୀୟର ନଗରରେ ଏହି ଘଟଣା ଘଟିଛି। ଏଠାରେ ୩୨ ବର୍ଷୀୟ ଧନଲକ୍ଷୀ ତାଙ୍କ ମା’ଙ୍କ ସହ ରହୁଥିଲେ। ହେଲେ ଗତ ସପ୍ତାହ ହେଲାଣି ଜଣେ ବ୍ୟକ୍ତି ତାଙ୍କ ଫୋନକୁ ବାରମ୍ବାର ଫୋନ […]

gg

Hemant Lenka
  • Published: Wednesday, 21 October 2020
  • , Updated: 21 October 2020, 06:01 PM IST

କୋଏମ୍ବାଟୁର: ରଙ୍ଗ ନମ୍ବରକୁ ଫୋନ କଲ୍‌ କରି ବାରମ୍ବାର ଅଶ୍ଳୀଳ କଥା କହୁଥିବା ଜଣେ ବ୍ୟକ୍ତିଙ୍କୁ ଜୀବନ ଦେବାକୁ ପଡ଼ିଛି। ଏହି ଅଶ୍ଳୀଳ କଲ ପାଇଁ ଜଣେ  ମହିଳା ଓ ତାଙ୍କ ଝିଅ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ତାମିଲନାଡୁ ଅନ୍ତର୍ଗତ କରମାଡିର ପେରୀୟର ନଗରରେ ଏହି ଘଟଣା ଘଟିଛି।

ଏଠାରେ ୩୨ ବର୍ଷୀୟ ଧନଲକ୍ଷୀ ତାଙ୍କ ମା’ଙ୍କ ସହ ରହୁଥିଲେ। ହେଲେ ଗତ ସପ୍ତାହ ହେଲାଣି ଜଣେ ବ୍ୟକ୍ତି ତାଙ୍କ ଫୋନକୁ ବାରମ୍ବାର ଫୋନ କରି ଅଶ୍ଳୀଳ କଥା କହୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଧନଲକ୍ଷୀ ଓ ତାଙ୍କ ମା’ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ସୂଚନା ଅନୁସାରେ, ଧନଲକ୍ଷୀଙ୍କୁ ଏନ ପେରିୟାସାମୀ ନାମକ ଜଣେ ବ୍ୟକ୍ତି ଗତ ସପ୍ତାହରେ ଫୋନ କରିଥିଲେ। ତେବେ ଧନଲକ୍ଷୀ ତାଙ୍କୁ ଚିହ୍ନ ନାହାନ୍ତି ଓ ସେ ଭୁଲରେ ଫୋନ ନମ୍ବର ଲଗାଇଛନ୍ତି ବୋଲି କହିଥିଲେ। ଏଥିସହ ସେ ତୁରନ୍ତ ଫୋନ ଡିସକନେକ୍ଟ ମଧ୍ୟ କରିଦେଇଥିଲେ। ତେବେ ବ୍ୟକ୍ତି ଜଣଙ୍କ ରଙ୍ଗ ନମ୍ବର ସତ୍ତ୍ୱେ ବାରମ୍ବାର ଧନଲକ୍ଷୀଙ୍କୁ ଫୋନ କରି ଅଶ୍ଳୀଳ କମେଣ୍ଟ ସବୁ କରିବାରେ ଲାଗିଥିଲେ।

ଏ ସମ୍ପର୍କରେ ଧନଲକ୍ଷୀ ତାଙ୍କ ମା’ଙ୍କୁ କହିଥିଲେ। ମା ଓ ଝିଅ ଫୋନ କିଏ କରୁଛି ବୋଲି ଜାଣିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଘରକୁ ଡାକିଥିଲେ। ଧନଲକ୍ଷୀଙ୍କ ଡାକରା ପାଇ ପେରିୟାସାମୀ ମଙ୍ଗଳବାର ମଧ୍ୟାହ୍ନରେ ଦେଖା କରିବାକୁ ଆସିଥିଲେ। କିନ୍ତୁ ୪୬ ବର୍ଷୀୟ ପେରିୟାସାମୀଙ୍କୁ ଦେଖିବା କ୍ଷଣୀ ଧନଲକ୍ଷୀ ଓ ତାଙ୍କ ମା’ ଆକ୍ରମଣ କରିଦେଇଥିଲେ। ଆକ୍ରମଣରେ ପେରିୟାସାମୀଙ୍କ ଗୋଡ଼, ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା।

ମା’ ଝିଅଙ୍କ କବଳରୁ ବର୍ତ୍ତିବା ପାଇଁ ସେ ଘରୁ ବାହାରି ଆସିଥିଲେ। କିନ୍ତୁ କିଛି ବାଟ ଗଲାପରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏବେ ମା’ ଝିଅଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story