ମୁଁ ପଛେ ମରିଯାଏ, ମୋ ଛୁଆ ବଞ୍ଚିଯା’ନ୍ତୁ....

ନୂଆଦିଲ୍ଲୀ: ମା’ ଏବଂ ମା’ର ମମତା। ଆଉ ସନ୍ତାନ ବିପଦରେ ଥିଲେ ମା’ର ବ୍ୟାକୁଳତାକୁ ଆକଳନ କରିବା ଆଯାଯାଏ ସମ୍ଭବପର ହୋଇନି। ମା’ର ବିକଳ୍ପ ନାହିଁ କି ଏମିତି ଶବ୍ଦକୋଷ ନାହଁ ଯିଏ ଏହି ଛୋଟ ଶବ୍ଦଟିର ବାଖ୍ୟା କରିପାରିବ। ଜନ୍ମ କରିବାପରଠାରୁ ଜୀବନର ଶେଷ ବାୟୁ ଛାଡ଼ିବା ପର୍ଯ୍ୟନ୍ତ ସେ ଅସରନ୍ତି ଗଣ୍ଠିଲିରୁ ନିର୍ଭେଜାଲ ପ୍ରେମ ଝରାଇଚାଲିଥାଏ । ନିଜ ଜୀବନକୁ ତୁଚ୍ଛ କରି ଯିଏ ପିଲାର ଜୀବନକୁ ସୁରକ୍ଷା ଦିଏ ସିଏ ‘ମା’। ଏହାର […]

Musha

Musha

Subrat Kumar Nayak
  • Published: Wednesday, 22 July 2020
  • Updated: 22 July 2020, 06:57 PM IST

Sports

Latest News

ନୂଆଦିଲ୍ଲୀ: ମା’ ଏବଂ ମା’ର ମମତା। ଆଉ ସନ୍ତାନ ବିପଦରେ ଥିଲେ ମା’ର ବ୍ୟାକୁଳତାକୁ ଆକଳନ କରିବା ଆଯାଯାଏ ସମ୍ଭବପର ହୋଇନି। ମା’ର ବିକଳ୍ପ ନାହିଁ କି ଏମିତି ଶବ୍ଦକୋଷ ନାହଁ ଯିଏ ଏହି ଛୋଟ ଶବ୍ଦଟିର ବାଖ୍ୟା କରିପାରିବ। ଜନ୍ମ କରିବାପରଠାରୁ ଜୀବନର ଶେଷ ବାୟୁ ଛାଡ଼ିବା ପର୍ଯ୍ୟନ୍ତ ସେ ଅସରନ୍ତି ଗଣ୍ଠିଲିରୁ ନିର୍ଭେଜାଲ ପ୍ରେମ ଝରାଇଚାଲିଥାଏ । ନିଜ ଜୀବନକୁ ତୁଚ୍ଛ କରି ଯିଏ ପିଲାର ଜୀବନକୁ ସୁରକ୍ଷା ଦିଏ ସିଏ ‘ମା’। ଏହାର ଉଦାହରଣ ଦେବା ପାଇଁ ନିମ୍ନରେ ଦିଆଯାଇଥିବା ଏହି ଭିଡିଓଟି ଯଥେଷ୍ଟ ମନେ ହେଉଛି। ଏଥିରେ ଏକ ମା’ ମୂଷା ନିଜ ଜୀବନକୁ ପାଣି ଛଡ଼େଇ ଛୁଆଙ୍କ ଜୀବନ ରକ୍ଷା କରୁଛି।

ଭାଇରାଲ ହେଉଥିବା ଏକ ଭିଡିଓଟିରେ ବାହାରେ ଜୋର୍‌ରେ ବର୍ଷା ହେଉଥିବାର ଦେଖାଯାଉଛି। ଆଉ ସେଇ ବର୍ଷାର ପାଣି ଘରର ପାହାଚ ତଳେ ଗାତ କରି ରହୁଥିବା ମୂଷାର ଘରେ ପଶିଯାଇଛି। ସେଇ ଗାତରେ ମୂଷା ଛୁଆମାନେ ଫଶିରହିଛନ୍ତି। ବର୍ଷା ପାଣି ଦାଉରୁ ଛୁଆଗୁଡ଼ିଙ୍କୁ ବଞ୍ଚାଇବାକୁ ମା’ ମୂଷାର ପ୍ରୟାସ ଦେଖିଲେ ଯେକେହି ନିଶ୍ଚୟ କହିବ ଏହା ଅପରେସନ୍‌ ‘ଉଦ୍ଧାର’। ପ୍ରଥମେ ମୂଷାଟି ଉପରକୁ ଆସି ସୁରକ୍ଷିତ ସ୍ଥାନ ଖୋଜିଛି। ତାପରେ ପାଣିରେ ବୁଡ଼ି ଗୋଟିକ ପରେ ଗୋଟେ ଛୁଆକୁ ଉପରକୁ ଆଣୁଛି।
https://twitter.com/ParveenKaswan/status/1285563127887564800?s=20
ଏହି ଭିଡିଓଟି ଆଇଏଫଏସ ଅଧିକାରୀ ପ୍ରବୀଣ କସୱାନ ଟ୍ୱିଟ ଯୋଗେ ସେୟାର କରିଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି, ଥରେ ଏହି ମା’ର ଉଦ୍ଧାର ଅପରେଶନ ଦେଖନ୍ତୁ । ଏହା ନିଶ୍ଚୟ ଆପଣଙ୍କୁ ଭାବବିହ୍ୱଳ କରିଦେବ । ତେବେ ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବାବେଳେ ୨୫ ହଜାରରୁ ଉର୍ଦ୍ଧ ଲେକ ଏହାକୁ ଲାଇକ୍‌ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos