ଜନତା କର୍ଫ୍ୟୁ: ଥାଳି ବଜାଇଲେ ମୋଦିଙ୍କ ମା’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମଧ୍ୟ ଜନତା କର୍ଫ୍ୟୁ ଅବସରରେ ସାମିଲ ହୋଇଛନ୍ତି। ସେ ଥାଳି ବଜାଇ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିବାର ଭିଡିଓ ଏବେ ବେଶ ଭାଇରାଲ ହେଉଛି। मां… मां आप जैसी करोड़ों माताओं के आशीर्वाद से कोरोना वायरस से लड़ रहे डॉक्टर, नर्स, मेडिकल स्टाफ, पुलिसकर्मी, सुरक्षाकर्मी, सफाईकर्मी और मीडियाकर्मी जैसे अनगिनत लोगों को बहुत प्रेरणा […]

Heeraben

Subrat Kumar Nayak
  • Published: Sunday, 22 March 2020
  • , Updated: 22 March 2020, 09:54 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମଧ୍ୟ ଜନତା କର୍ଫ୍ୟୁ ଅବସରରେ ସାମିଲ ହୋଇଛନ୍ତି। ସେ ଥାଳି ବଜାଇ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିବାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।
https://twitter.com/narendramodi/status/1241741576168075266?s=20

ଆଜି ଅପରାହ୍ଣ ୫ଟା ସମୟରେ ଦିଲ୍ଲୀରୁ ପଲ୍ଲୀ ଦେଶର ହଜାର ହଜାର ଲୋକ ତାଳି, ଥାଳି, ଶଙ୍ଖ, ଘଣ୍ଟି, ଘଣ୍ଟ ଏବଂ ଅନ୍ୟ ବାଦ୍ୟ ଆଦି ବଜାଇ ନିଜ ନିଜ ଶୈଳୀରେ କୃତଜ୍ଞତା ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଆହ୍ୱାନ ଦେଇଥିଲେ। ସେ ‘ଜନତା କର୍ଫ୍ୟୁ’ ବାବଦରେ ଆହ୍ୱାନ ଦେଇ କହିଥିଲେ, ଏହି ସମୟରେ ସମସ୍ତେ ଘରେ ରହିବା। କିନ୍ତୁ ବିଭିନ୍ନ ଜରୁରୀକାଳୀନ ସେବା ଯଥା ସ୍ୱାସ୍ଥ୍ୟସେବା, ରେଲୱେ ଏବଂ ଗଣମାଧ୍ୟମ ଆଦିର ଲୋକେ କାମରେ ଯୋଗଦେବେ। ଏମାନଙ୍କ ପାଇଁ ଦେଶବାସୀ କୃତଜ୍ଞତା ଜଣାଇବା ପାଇଁ ଅପରାହ୍ଣ ୫ଟାରେ ନିଜ ନିଜ ବାଲକୋନୀରେ ତାଳି, ଥାଳି ଓ ଘଣ୍ଟି ବଜାଇ କୃତଜ୍ଞତା ଜଣାଇବାକୁ ମୋଦି କହିଥିଲେ।

ତେବେ ଆଜି ଖୋଦ୍‌ ମୋଦିଙ୍କ ମା’ ହୀରାବେନ୍‌ ଏଥିରେ ସାମିଲ ହେବାପରେ ମୋଦି କହିଥିଲେ, “ମା’ ଆପଣଙ୍କ ପରି କୋଟି କୋଟି ମା’ମାନଙ୍କ ଆଶୀର୍ବାଦରୁ କରୋନା ସହ ଲଢ଼େଇ କରୁଥିବା ମେଡିକାଲ ଷ୍ଟାଫ୍‌, ପୁଲିସ୍‌, ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମ ଆଦି ଅଗଣିତ ଲୋକମାନଙ୍କୁ ବହୁତ ପ୍ରେରଣା ମିଳିଛି। କାମ କରିବାକୁ ସମ୍ବଳ ମିଳିଛି।”

ସେହିଭଳି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ, “ଏହା ସତରେ ଭାବବିହ୍ୱଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ଡାକ୍ତର, ନର୍ସ ଏବଂ ଅନ୍ୟ ଜରୁରୀକାଳୀନ ସେବାବ୍ରତୀଙ୍କ ପାଇଁ କୃତଜ୍ଞତା ଜଣାଇଛନ୍ତି।”

Related story