ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା: ୧୨ଜଣ ଦୋଷୀ ସାବ୍ୟସ୍ତ, ଜଣେ ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ୨୦୦୬ ମସିହା ୭/୧୧ ମୁମ୍ବାଇ ସିରିଏଲ୍ ବୋମା ବିସ୍ଫୋରଣର ୯ବର୍ଷ ପରେ ଶୁକ୍ରବାର ଶୁଣାଣି ହୋଇଛି। ଏଥିରେ ସମ୍ପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି। ଏହି ଶୁଣାଣି କରିଛନ୍ତି ସ୍ପେସିଆଲ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ (ଏମସିଓସିଏ)ର ବିଚାରପତି ୱାଇ.ଡି.ସିନ୍ଧେ। ଦଣ୍ଡାଦେଶ ପାଇଥିବା ମୁଖ୍ୟ ଦୋଷୀମାନେ ହେଲେ ଫୈସଲ ଶେଖ୍, ଅସିଫ୍ ଖାନ,ବସିର ଖାନ ଓ ଅଲିଆସ ଜୁନେଦ ପ୍ରମୁଖ। […]

BOMB_BLAST

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 10:40 AM IST

ମୁମ୍ବାଇ: ୨୦୦୬ ମସିହା ୭/୧୧ ମୁମ୍ବାଇ ସିରିଏଲ୍ ବୋମା ବିସ୍ଫୋରଣର ୯ବର୍ଷ ପରେ ଶୁକ୍ରବାର ଶୁଣାଣି ହୋଇଛି। ଏଥିରେ ସମ୍ପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି। ଏହି ଶୁଣାଣି କରିଛନ୍ତି ସ୍ପେସିଆଲ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ (ଏମସିଓସିଏ)ର ବିଚାରପତି ୱାଇ.ଡି.ସିନ୍ଧେ। ଦଣ୍ଡାଦେଶ ପାଇଥିବା ମୁଖ୍ୟ ଦୋଷୀମାନେ ହେଲେ ଫୈସଲ ଶେଖ୍, ଅସିଫ୍ ଖାନ,ବସିର ଖାନ ଓ ଅଲିଆସ ଜୁନେଦ ପ୍ରମୁଖ।

ଏହି ଶୁଣାଣି ବେଳେ ଗଣମାଧ୍ୟମକୁ କୋର୍ଟ ପରିସରକୁ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଯାଇଥିଲା। ଏହାସହ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା।

ସୂଚନଯୋଗ୍ୟ ଏହି ବୋମା ବିସ୍ଫୋରଣରେ ୧୮୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୦ ଗୁରୁତର ହୋଇଥିଲେ। ୨୦୦୬ ଜୁଲାଇ ୧୧ରେ ମୁମ୍ୱାଇ ଲୋକାଲ୍ ଟ୍ରେନରେ ମାଟୁଙ୍ଗାରୁ ମୀରା ରୋଡ୍ ମଧ୍ୟରେ ଗୋଟିଏ ପରେ ଗୋଟେ ମୋଟ୍ ୭ଟି ସିରିଜ୍ ବିସ୍ଫୋରଣ ହୋଇଥିଲା।

 

Related story