ମୁକେଶଙ୍କ ରିଲାଏନ୍ସ ବିଶ୍ୱର ଷଷ୍ଠ ବୃହତ୍ ତୈଳ କମ୍ପାନୀ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହୋଇପାରିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌କୁ ପଛରେ ପକାଇ ଦେଇଛି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍‌ ଡଲାର ଥିଲା। ଏହା ବୁଧବାର ୧୩୮ ବିଲିଅନ୍‌ ଡଲାର ଅତିକ୍ରମ କରିଯାଇଛି। ବ୍ଲୁମ୍‌ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ ଗୁଣା […]

mukesh_ambani

Subrat Kumar Nayak
  • Published: Wednesday, 20 November 2019
  • , Updated: 20 November 2019, 05:24 PM IST

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହୋଇପାରିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌କୁ ପଛରେ ପକାଇ ଦେଇଛି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍‌ ଡଲାର ଥିଲା। ଏହା ବୁଧବାର ୧୩୮ ବିଲିଅନ୍‌ ଡଲାର ଅତିକ୍ରମ କରିଯାଇଛି।

ବ୍ଲୁମ୍‌ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ ଗୁଣା ହୋଇଛି। ଆଗାମୀ ୧୮ ମାସରେ ରିଲାଏନ୍ସର ନଗଦ ଋଣ ଶୂନକୁ ଆସିଯିବ ବୋଲି ମୁକେଶଙ୍କ ଘୋଷଣା ପରେ ଏହି ଅଭିବୃଦ୍ଧି ହୋଇଛି।

ଅନ୍ୟପକ୍ଷରେ ଅମ୍ବାନୀଙ୍କ ସମ୍ପତ୍ତି ୫୬ ବିଲିଅନ୍‌ ଡଲାରରେ ପହଞ୍ଚିଯାଇଛି। ଏହା ଏସିଆରେ ସର୍ବାଧିକ ଏବଂ ଆଲିବାବା ମୁଖ୍ୟ ଜ୍ୟାକ୍‌ ମା’ଙ୍କ ସମ୍ପତ୍ତିଠାରୁ ବହୁ ଆଗରେ।

ବର୍ତ୍ତମାନ ରିଲାଏନ୍ସ ଚାଇନାର ପେଟ୍ରୋ ଚାଇନା କମ୍ପାନୀକୁ ମାତ୍‌ ଦେବାକୁ ଚାହୁଁଛି। ଏହା କ୍ୟାପିଟାଲ ଦୃଷ୍ଟିରୁ ଏସିଆର ସର୍ବବୃହତ। ସାଉଦିର ଆରାମକୋ ଏବଂ ଏକ୍ସନ୍‌ ମୋବିଲ୍‌ କର୍ପୋରେସନ୍‌ଠାରୁ ମଧ୍ୟ ରିଲାଏନ୍ସ କମ୍ପାନୀ ପଛରେ ପଡ଼ିଛି।

Related story