ବିଜେପିରେ ମିଶିବେ ୧୦୭ ସିପିଏମ୍‌, ଟିଏମ୍‌ସି ଏବଂ କଂଗ୍ରେସ ବିଧାୟକ: ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗର ୩ଟି ପ୍ରମୁଖ ଦଳର ୧୦୭ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ତାଙ୍କ ଦଳରେ ଯୋଗ ଦେବେ ବୋଲି ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରୟ ଆଜି କହିଛନ୍ତି। ସେ କହିଛନ୍ତି ଏହି ବିଧାୟକମାନେ ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସରୁ ଆସିବେ। ତେବେ ସେମାନେ କେବେ ମିଶିବେ ସେହି ବିଷୟରେ ମୁକୁଲ କୌଣସି ସୂଚନା ଦେଇନାହାନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମୁକୁଲ କହିଛନ୍ତି, ସମସ୍ତ ବିଧାୟକ ରାଜ୍ୟ ବିଜେପି ନେତାଙ୍କ ସହ […]

mukul-roy

Subrat Kumar Nayak
  • Published: Saturday, 13 July 2019
  • , Updated: 13 July 2019, 08:20 PM IST

କୋଲକାତା: ପଶ୍ଚିମବଙ୍ଗର ୩ଟି ପ୍ରମୁଖ ଦଳର ୧୦୭ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ତାଙ୍କ ଦଳରେ ଯୋଗ ଦେବେ ବୋଲି ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରୟ ଆଜି କହିଛନ୍ତି। ସେ କହିଛନ୍ତି ଏହି ବିଧାୟକମାନେ ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସରୁ ଆସିବେ। ତେବେ ସେମାନେ କେବେ ମିଶିବେ ସେହି ବିଷୟରେ ମୁକୁଲ କୌଣସି ସୂଚନା ଦେଇନାହାନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ମୁକୁଲ କହିଛନ୍ତି, ସମସ୍ତ ବିଧାୟକ ରାଜ୍ୟ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। କଂଗ୍ରେସ, ଟିଏମ୍‌ସି ଏବଂ ସିପିଏମ୍‌ ବିଧାୟକମାନଙ୍କର ଏକ ତାଲିକା ଦଳ ପ୍ରସ୍ତୁତ କରି ରଖିଛି। ଏହି ତାଲିକାରେ ଥିବା ୧୦୭ ବିଧାୟକ ବିଜେପିରେ ଯୋଗଦେବାର ଅଛି ବୋଲି ମୁକୁଲ କହିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକାରେ ରାଜନୀତିକ ଅସ୍ଥିରତା ଜାରି ରହିଥିବାବେଳେ ଏହା ପଛରେ ବିଜେପି ଥିବା ଚର୍ଚ୍ଚା ହେଉଛି। ସେହିଭଳି ଗୋଆରେ ୧୦ ଜଣ କଂଗ୍ରେସ ବିଧାୟକ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇସାରିଛନ୍ତି। ବର୍ତ୍ତମାନ ବିଜେପିର ନଜର ପଶ୍ଚିମବଙ୍ଗ ଉପରେ ପଡ଼ିଥିବା କୁହାଯାଉଛି।

Related story