ମୁଲାୟମଙ୍କ ୟୁ-ଟର୍ଣ୍ଣ: ଅଖିଳେଶଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା)ରେ ଗୃହ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ବାପ-ପୁଅ-ଦାଦା କଳିରେ ଘଡିକେ ଘୋଡ଼ା ଛୁଟୁଛି। ସପା ସୁପ୍ରିମୋ ମୁଲାୟମ ସିଂହ ଯାଦବ ଗତକାଲି ପୁଅ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସାନଭାଇ ରାମଗୋପାଳ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ଆଜି ମୁଲାୟମ ୟୁ-ଟର୍ଣ୍ଣ ମାରିଛନ୍ତି। ଗତକାଲି ନେଇଥିବା ନିଷ୍ପତ୍ତି ପରିବର୍ତ୍ତନ କରିବା ସହ ଅଖିଳେଶ ଓ ରାମଗୋପାଳଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି। […]

53mulayam-and-akhilesh

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 04:24 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା)ରେ ଗୃହ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ବାପ-ପୁଅ-ଦାଦା କଳିରେ ଘଡିକେ ଘୋଡ଼ା ଛୁଟୁଛି। ସପା ସୁପ୍ରିମୋ ମୁଲାୟମ ସିଂହ ଯାଦବ ଗତକାଲି ପୁଅ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସାନଭାଇ ରାମଗୋପାଳ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ଆଜି ମୁଲାୟମ ୟୁ-ଟର୍ଣ୍ଣ ମାରିଛନ୍ତି। ଗତକାଲି ନେଇଥିବା ନିଷ୍ପତ୍ତି ପରିବର୍ତ୍ତନ କରିବା ସହ ଅଖିଳେଶ ଓ ରାମଗୋପାଳଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି।

ଗତକାଲି ମୁଲାୟମଙ୍କ ନିଷ୍ପତ୍ତି ପରେ ସମାଜଦାବୀ ପାର୍ଟି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ସମର୍ଥକ ମୁଲାୟମଙ୍କ ଆଦେଶକୁ ନେଇ ଖପ୍ପା ହୋଇଥିଲେ। ସ୍ଥିତି ସାମାନ୍ୟ କରିବା ଲାଗି ଉଦ୍ୟମ ଚାଲିଥିବା ବେଳେ ଅଖିଳେଶ ଆଜି ମୁଲାୟମଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ତାଙ୍କ ପଛରେ ୧୯୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଅଖିଳେଶ ବାପାଙ୍କୁ କହିଥିଲେ।

ମୁଲାୟମଙ୍କ ସହ ଆଲୋଚନା ପରେ ଅଖିଳେଶ କହିଥିଲେ,“ସେ ବାପାଙ୍କଠାରୁ ଅଲଗା ନୁହନ୍ତି। ବିଧାନସଭା ନିର୍ବାଚନରେ ଦଳକୁ ପୁଣି ଜିତାଇ ତାଙ୍କୁ ଉପହାର ଦେବେ।”

ବିଧାନସଭା ନିର୍ବାଚନ ପାଇଁ ମୁଲାୟମ ୩୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ। ଏଥିରେ ଅଖିଳେଶଙ୍କ ଦୃଢ ସମର୍ଥକ କୁହାଯାଉଥିବା ବହୁ ନେତାଙ୍କ ନାମ ନ ଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ସେହିଦିନ ରାତିରେ ଅଖିଳେଶ ନିଜ ତରଫରୁ ୨୩୫ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଥିଲେ। ଯାହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଥିଲା।

Related story