ସଭାରେ ଦେଇଥିବା ଭାଷଣ ଲାଗି ଅଡୁଆରେ ପଡିପାରନ୍ତି ମୁଲାୟମ୍‌

ନୂଆଦିଲ୍ଲୀ: ଅଡୁଆରେ ପଡିପାରନ୍ତି ମୁଲାୟମ୍‌ ସିଂ। ଏକଦା ସଭାମଞ୍ଚରେ ଏକ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚିତ ହୋଇଥିବା ସିଂ ସହି ଭାଷଣ ପାଇଁ ଆଜି କାଠଗଡାରେ! ୧୯୯୦ରେ କରସେବକମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣା ଏବେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି। ରାଣା ସଂଗ୍ରାମ ସିଂ ନାମକ ଜଣେ ବ୍ୟକ୍ତି ଏ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ୟାଦବଙ୍କ ନାମରେ ମାମଲା ଆରମ୍ଭ କରିବାକୁ ସେ ଏହି ଅବେଦନରେ […]

download

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 07:57 PM IST

ନୂଆଦିଲ୍ଲୀ: ଅଡୁଆରେ ପଡିପାରନ୍ତି ମୁଲାୟମ୍‌ ସିଂ। ଏକଦା ସଭାମଞ୍ଚରେ ଏକ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚିତ ହୋଇଥିବା ସିଂ ସହି ଭାଷଣ ପାଇଁ ଆଜି କାଠଗଡାରେ!

୧୯୯୦ରେ କରସେବକମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣା ଏବେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି। ରାଣା ସଂଗ୍ରାମ ସିଂ ନାମକ ଜଣେ ବ୍ୟକ୍ତି ଏ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ୟାଦବଙ୍କ ନାମରେ ମାମଲା ଆରମ୍ଭ କରିବାକୁ ସେ ଏହି ଅବେଦନରେ ଆଗ୍ରହ ଦେଖାଇଛନ୍ତି।

ରାଣା ତାଙ୍କ ଅବେଦନରେ ଦର୍ଶଇଛନ୍ତି ଯେ, ୨୦୧୪ ଫ୍ରେବୃୟାରୀ ୬ରେ ମୈନପୁରୀ ଜିଲାରେ ଆୟାଜିତ ଏକ ସାଧାରଣ ସଭାରେ ମୁଲାୟମ୍‌ କହିଥିଲେ ଯେ, ତାଙ୍କରି ନିର୍ଦ୍ଦେଶରେ ହିଁ ୧୯୯୦ରେ ଅଯୋଧ୍ୟ୍ୟାର ବିବାଦୀୟ ସ୍ଥଳରେ କର ସେବକମାନଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ସିଂଙ୍କ ଓକିଲ କହିଛନ୍ତି ଯେ, ଏହି ବୟାନ୍‌ ପରେ ମୁଲାୟମଙ୍କ ନାମରେ ସ୍ଥାନୀୟ ଥାନାର ହତ୍ୟା ଓ ଆପରାଧିକ ଷଡଯନ୍ତ୍ର ମାମଲା ଦାୟର କରିବା ପାଇଁ ଅଭିଯୋଗକାରୀ ନିବେଦନ କରିଥିଲେ ମଧ୍ୟ ପୋଲିସ୍‌ ଅଗ୍ରାହ୍ୟ କରିଦେଇଥିଲା।

ଏହାପରେ ଲକ୍ଷ୍ନୌ ନିମ୍ନ ଅଦାଲତ ଓ ପରେ ଉଚ୍ଚ ନ୍ୟାୟାଳୟରେ ଏ ନେଇ ମାମଲା ଦାୟର କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏପରିକି ଆହ୍ଲାବାଦ୍‌ ହାଇକୋର୍ଟ ୨୦୧୬ ମେ ୩ ତାରିଖରେ ଏହି ମାମଲାକୁ ଖାରଜ କରି ଦେଇଥିଲେ । ଶେଷରେ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

Related story