ଅଖିଲେଶ ଓ ଶିବପାଲ ପୁଣି ଏକାଠି ହେବେ, ମୁଲାୟମ ସାଜିବେ ମଧ୍ୟସ୍ଥି!

ଲକ୍ଷ୍ନୌ: ୟୁପିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ ଅଖିଲେଶକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଲାୟମ ସିଂହ ଯାଦବ। ଏ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଭିତିରିଆ ଭାବରେ ମୁଲାୟମ ଏଭଳି ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ଶିବପାଲ ଯାଦବଙ୍କ ପାଇଁ ଯାଦବ ପରିବାରର ଭୋଟ ବିଏସପି ସପକ୍ଷରେ ପଡ଼ିନଥିଲା ବୋଲି ବିଏସପି ସୁପ୍ରିମୋ ମାୟାବତୀ ମେଣ୍ଟ ଭାଙ୍ଗିବା […]

AkhileshMulayam

Subhransu Sekhar
  • Published: Thursday, 06 June 2019
  • , Updated: 06 June 2019, 02:49 PM IST

ଲକ୍ଷ୍ନୌ: ୟୁପିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ ଅଖିଲେଶକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଲାୟମ ସିଂହ ଯାଦବ। ଏ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଭିତିରିଆ ଭାବରେ ମୁଲାୟମ ଏଭଳି ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ଶିବପାଲ ଯାଦବଙ୍କ ପାଇଁ ଯାଦବ ପରିବାରର ଭୋଟ ବିଏସପି ସପକ୍ଷରେ ପଡ଼ିନଥିଲା ବୋଲି ବିଏସପି ସୁପ୍ରିମୋ ମାୟାବତୀ ମେଣ୍ଟ ଭାଙ୍ଗିବା ବେଳେ କହିଥିଲେ। ଏହାପରେ ଯାଦବ ପରିବାରର ଭୋଟକୁ ଏକାଠି କରିବା ପାଇଁ ଏସପିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ତେବେ ଅଖିଲେଶ ଓ ଶିବପାଲଙ୍କ ମଧ୍ୟରେ ଯେଉଁ ବୈଠକ ହେବ, ତାହା ଗୋପନ ରଖାଯିବ  ବୋଲି ଜଣାପଡ଼ିଛି। ଏହି ପ୍ରସ୍ତାବିତ ବୈଠକ ବାବଦରେ ଶିବପାଲ ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି। କିନ୍ତୁ ଯଦି ବୈଠକ ହୁଏ, ତାହେଲେ ସେ ଗଣମାଧ୍ୟମକୁ ଜଣାଇବେ ବୋଲି କହିଛନ୍ତି।

ଉତ୍ତର ପ୍ରଦେଶରେ ଅଖିଲେଶ ଓ ଶିବପାଲଙ୍କ ମଧ୍ୟରେ ଦଳୀୟ କ୍ଷମତାକୁ ନେଇ ୨୦୧୭ରେ ଭୀଷଣ କଳି ଲାଗିଥିଲା। ଏହାକୁ କେନ୍ଦ୍ର କରି ଯାଦବ ପରିବାର ଭୋଟ ବିଭାଜିତ ହୋଇଥିବା ଜଣାପଡ଼ିଛି।

Related story