ମାଡ଼ିଆସିବ ଆରବସାଗର, ପ୍ରତିବର୍ଷ ରଚିବ ମୃତ୍ୟୁର ତାଣ୍ଡବ!

ମୁମ୍ବାଇ:ଆରବ ସାଗର ପ୍ରତିବର୍ଷ ମୁମ୍ବାଇ ସହର ଭିତରକୁ ମାଡ଼ିଆସି ବନ୍ୟା ସୃଷ୍ଟି କରିବ। ୨୦୫୦ ମସିହା ପରେ ପ୍ରତି ବର୍ଷ ଏଭଳି ଘଟିବ ବୋଲି ଏକ ରିପୋର୍ଟ ଆକଳନ କରିଛି। ଗ୍ଲୋବାଲ ୱାର୍ମିଂ କାରଣରୁ ସମୁଦ୍ରପତ୍ତନ ବୃଦ୍ଧି ପାଉଥିବାବେଳେ ଉପକୂଳ ସହର ମଧ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି। ଏକ ଗବେଷଣାରୁ ଜଣାପଡ଼ିଛି ଗତ କିଛି ବର୍ଷରେ ଆରବ ସାଗର କାରଣରୁ ଯେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହାର ସଂଖ୍ୟା ବଢ଼ିବାରେ ଲାଗିଛି। […]

arbian-sea

Subrat Kumar Nayak
  • Published: Wednesday, 30 October 2019
  • , Updated: 30 October 2019, 03:59 PM IST

ମୁମ୍ବାଇ:ଆରବ ସାଗର ପ୍ରତିବର୍ଷ ମୁମ୍ବାଇ ସହର ଭିତରକୁ ମାଡ଼ିଆସି ବନ୍ୟା ସୃଷ୍ଟି କରିବ। ୨୦୫୦ ମସିହା ପରେ ପ୍ରତି ବର୍ଷ ଏଭଳି ଘଟିବ ବୋଲି ଏକ ରିପୋର୍ଟ ଆକଳନ କରିଛି। ଗ୍ଲୋବାଲ ୱାର୍ମିଂ କାରଣରୁ ସମୁଦ୍ରପତ୍ତନ ବୃଦ୍ଧି ପାଉଥିବାବେଳେ ଉପକୂଳ ସହର ମଧ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି। ଏକ ଗବେଷଣାରୁ ଜଣାପଡ଼ିଛି ଗତ କିଛି ବର୍ଷରେ ଆରବ ସାଗର କାରଣରୁ ଯେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହାର ସଂଖ୍ୟା ବଢ଼ିବାରେ ଲାଗିଛି। ଆସନ୍ତା ୩ ଦଶନ୍ଧିରେ ଏହାର ମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ଏହି ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ୩୦ କୋଟି ଲୋକ ବସବାସ କରୁଥିବା ଅଞ୍ଚଳକୁ ବନ୍ୟା ମାଡ଼ିଆସିବ। ୨୧୦୦ ମସିହା ସୁଦ୍ଧା ବର୍ତ୍ତମାନ ୨୦ କୋଟି ଲୋକ ବସବାସ କରୁଥିବା ଅଞ୍ଚଳ ଉଚ୍ଚ ଜୁଆର ତଳେ ସମାଧି ନେଇଯିବ। ଲୋକେ ବସବାସ କରୁଥିବା ଅଞ୍ଚଳ ଉପରେ ଦେଇ ଏହି ଉଚ୍ଚ ଜୁଆର ସବୁ ମାଡ଼ିଯିବ।

ତେବେ ସବୁଠାରୁ ଭୟଙ୍କର କଥା ହେଉଛି ବିଶ୍ୱର ସମୁଦ୍ର ପତ୍ତନ ସ୍ତର ଯେତିକି ବୋଲି ବିଶ୍ୱାସ କରାଯାଉଥିଲା ଏବେ ତାର ମାତ୍ରା ଅଧିକ ରହିଛି। ୨୦୫୦ ସୁଦ୍ଧା କେତିକି ଅଞ୍ଚଳରେ ସମୁଦ୍ର ମାଡ଼ିବ ସେହି କଳନା କରଯାଇଛି। ଉପକୂଳ ଅଞ୍ଚଳରେ ସେତେବେଳେ ବନ୍ୟା ହୁଏ ଯେତେବେଳେ ସମୁଦ୍ରପାଣି ମାଡ଼ି ଆସେ ଏବଂ ବୃହତ ସମୁଦ୍ର ଅଞ୍ଚଳରେ କ୍ଷୟକ୍ଷତି ଘଟାଇଥାଏ।

Related story