ପାକିସ୍ତାନ ରଚିଲା ଷଡ଼ଯନ୍ତ୍ର, ଜୈଶ୍‌ ଟାର୍ଗେଟ୍‌ରେ ମୁମ୍ବାଇ!

ନୂଆଦିଲ୍ଲୀ: ଆତଙ୍କୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଜମ୍ମୁକଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ସହ ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଉପରେ ନଜର ପକାଇଛି। ପୂର୍ବରୁ ବହୁ ଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୁମ୍ବାଇ ସହରକୁ ବିପଦ ରହିଥିବା ଖୋଦ୍‌ ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି। ଏଭଳି ଖବର ଆସିବାର ଗୋଟିଏ ଦିନ ପୂର୍ବରୁ ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ସଂସଦରୁ ବିଷ ମଞ୍ଜି ବୁଣିଥିଲେ। ଭାରତ […]

jaish

Subrat Kumar Nayak
  • Published: Wednesday, 07 August 2019
  • , Updated: 07 August 2019, 07:22 PM IST

ନୂଆଦିଲ୍ଲୀ: ଆତଙ୍କୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଜମ୍ମୁକଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ସହ ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଉପରେ ନଜର ପକାଇଛି। ପୂର୍ବରୁ ବହୁ ଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୁମ୍ବାଇ ସହରକୁ ବିପଦ ରହିଥିବା ଖୋଦ୍‌ ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି।

ଏଭଳି ଖବର ଆସିବାର ଗୋଟିଏ ଦିନ ପୂର୍ବରୁ ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ସଂସଦରୁ ବିଷ ମଞ୍ଜି ବୁଣିଥିଲେ। ଭାରତ ସରକାର ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ୩୭୦ ଧାରା ଉଚ୍ଛେଦ କରିବା ପରେ ଇମ୍ରାନ୍‌ କହିଥିଲେ, ଏହା କଶ୍ମୀରରେ ପୁଣି ଏକ ପୁଲ୍‌ୱାମା ଭଳି ଆକ୍ରମଣକୁ ଇନ୍ଧନ ଯୋଗାଇବ। ଏପରିକି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ଧମକାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଇମ୍ରାନ୍‌ ଖାନ୍‌ ଏଭଳି ମନ୍ତବ୍ୟ ଦେବାପରେ ଜୈଶ୍‌ ମୁଖ୍ୟ ମାସୁଦ ଆଝାରର ଭାଇ ରୌଫ୍‌ ଅଜ୍‌ଗର ରାୱଲପିଣ୍ଡିରେ ବୈଠକ ପରେ ପିଓକେ ଚାଲିଯାଇଛି। ସେ ଦୁଇ ଦେଶର ସୀମାରେ ହିଁ ଅବସ୍ଥାନ କରିବ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ମଧ୍ୟ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ସଂଗଠନରେ ସମାଲ କରିବାର ଯୋଜନା ରଖିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା କହିଛି କିଛି ଅର୍ଥନୀତିକ ପ୍ରକଳ୍ପକୁ ଟାର୍ଗେଟ୍‌ କରାଯାଇପାରେ। ଆଉ ଜୈଶ୍‌ର ଟାର୍ଗେଟ୍‌ରେ ଥିବା ପ୍ରମୁଖ ସ୍ଥାନ ମଧ୍ୟରୁ ରୂପର ନଗରୀ ମୁମ୍ବାଇ ଅନ୍ୟତମ ବୋଲି ଏତିରେ କୁହାଯାଇଛି। ଏକ ୩ ଜଣିଆ ଜୈଶ୍‌ ଟିମ୍‌ ଏହାର ଦାୟିତ୍ୱ ନେବ। ଅନ୍ୟପକ୍ଷରେ ଏ ଅଞ୍ଚଳରେ ଥିବା ସ୍ଲିପର ସେଲ୍‌ମାନଙ୍କୁ ମଧ୍ୟ ଏହି ଆକ୍ରମଣରେ ନିୟୋଜନ କରାଯିବ।

ଏଭଳି ଆଶଙ୍କା ବାବଦରେ ସୁରକ୍ଷା ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କାରଣରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ସୁରକ୍ଷା ପ୍ରସ୍ତୁତି ନେଇ ନିଜେ ସମୀ କ୍ଷା କରିଛନ୍ତି।

Related story