ବଞ୍ଚିବା ପାଇଁ ମୁମ୍ୱାଇ ହାଇଫାଇ କିନ୍ତୁ ଚେନ୍ନାଇ ସବୁଠୁ ସୁରକ୍ଷିତ

ମୁମ୍ୱାଇ: ଦେଶରେ ମହିଳ ନିର୍ଯାତନା ବଢ଼ି ଚାଲିଛି। ଏହାରି ଭିତରେ ଆଇଆଇଟି ବମ୍ୱେର ଗବେଷଣାକାରୀମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଦେଶର ପ୍ରମୁଖ ୧୪ଟି ସହର ମଧ୍ୟରୁ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଚେନ୍ନାଇ ବୋଲି ଉଲ୍ଲେଖ ରହିଛି। ସେହିପରି ଲିଙ୍ଗଗତ ପାର୍ଥକ୍ୟକୁ ନେଇ ମଧ୍ୟ ସର୍ଭେ ହୋଇଛି। ଯାହାକି ପ୍ରଥମ ଥର ପାଇଁ ହୋଇଛି। ଆଉ ଏହି ସ୍ଥାନ ବିହାରର ପାଟନା ସହର ଏକ ନମ୍ୱରରେ ରହିଛି। ତେବେ ଜୀବନଶୈଳୀ ବା ବଞ୍ଚିବା […]

taj-hotel

Subhransu Sekhar
  • Published: Saturday, 05 December 2020
  • , Updated: 05 December 2020, 04:32 PM IST

ମୁମ୍ୱାଇ: ଦେଶରେ ମହିଳ ନିର୍ଯାତନା ବଢ଼ି ଚାଲିଛି। ଏହାରି ଭିତରେ ଆଇଆଇଟି ବମ୍ୱେର ଗବେଷଣାକାରୀମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଦେଶର ପ୍ରମୁଖ ୧୪ଟି ସହର ମଧ୍ୟରୁ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଚେନ୍ନାଇ ବୋଲି ଉଲ୍ଲେଖ ରହିଛି। ସେହିପରି ଲିଙ୍ଗଗତ ପାର୍ଥକ୍ୟକୁ ନେଇ ମଧ୍ୟ ସର୍ଭେ ହୋଇଛି। ଯାହାକି ପ୍ରଥମ ଥର ପାଇଁ ହୋଇଛି। ଆଉ ଏହି ସ୍ଥାନ ବିହାରର ପାଟନା ସହର ଏକ ନମ୍ୱରରେ ରହିଛି।

ତେବେ ଜୀବନଶୈଳୀ ବା ବଞ୍ଚିବା ପାଇଁ ପ୍ରକାଶିତ ୧୪ଟି ସହରରୁ ଶୀର୍ଷରେ ରହିଛି ମୁମ୍ୱାଇ। ତା’ପରେ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇ ରହିଛି। କିନ୍ତୁ ଲିଙ୍ଗଗତ ସମାନତା ଦୃଷ୍ଟିରୁ କେବଳ ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇ ହାରାହାରି ସ୍କୋରଠାରୁ ଆଗରେ ଥିବାବେଳେ ଇନ୍ଦୋର, ଜୟପୁର ଏବଂ ପାଟନା ହାରାହାରିରୁ କମ୍ ରହିଛି।

ଏଲସେଭିଆର ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜୟପୁରରେ ମହିଳାଙ୍କ ବିରୋଧରେ ଅପରାଧ ହାର ସର୍ବାଧିକ, ଚେନ୍ନାଇରେ ସର୍ବନିମ୍ନ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସାକ୍ଷରତା ହାରରେ ଜୟପୁରରେ ସର୍ବାଧିକ ୧୩.୨% ଏବଂ କୋଲକାତାରେ ସର୍ବନିମ୍ନ ୫.୪% ରହିଛି। ମହିଳାମାନଙ୍କ ପାଇଁ ପାଟନାରେ ବେକାରୀ ସର୍ବାଧିକ। ଏହି ସହରରେ ମହିଳାଙ୍କ ବେକାରୀ ସହରୀ ହାରାହାରିରୁ ଚାରି ଗୁଣରୁ ଅଧିକ।

ମୁଖ୍ୟତଃ ମହିଳାମାନଙ୍କର ଆବଶ୍ୟକତା ପୂରଣ କରିବା, ସହରାଞ୍ଚଳର ବିକାଶକୁ ପ୍ରୋତ୍ସାହିତ କରିବାକୁ ନେଇ ଏହି ଅଧ୍ୟୟନ ହୋଇଛି। ସହରରେ ଉନ୍ନତ ଜୀବନଯାପନ କରିବାକୁ ବିଦ୍ୟୁତ୍, ଜଳ, ଶିକ୍ଷା ହେଉଛି ସର୍ବନିମ୍ନ ମୌଳିକ ଆବଶ୍ୟକତା। ସର୍ଭେ ରିପୋର୍ଟ ଅନୁଯାୟୀ ପାଟନାରେ କେବଳ ୩୬% ସହରୀ ପରିବାର ବିଶୋଧିତ ଜଳ ବ୍ୟବହାର କରନ୍ତି। ପୁଣେରେ ସର୍ବାଧିକ ସାକ୍ଷରତା ୯୧% ଏବଂ ହାଇଦ୍ରାବାଦ ସର୍ବନିମ୍ନ ୮୩% ରହିଛି।

Related story