ଶେଷରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ପୁଲିସ ସୁରକ୍ଷା

ମୁମ୍ବାଇ: ବାରମ୍ବାର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଆଚରଣରେ ସମସ୍ୟାରେ ପଡ଼ୁଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ପୁଲିସ୍‌ ସୁରକ୍ଷା ମିଳିଛି। ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ରିୟାଙ୍କୁ ଟାର୍ଗେଟ କରାଯାଉଛି। ଗତକାଲି ରିୟା ସିବିଆଇ ଅଫିସକୁ ଜେରା ପାଇଁ ଯିବା ବେଳେ ଓ ସେଠାରୁ ଘରକୁ ଆସିବା ବେଳେ କିଛି ଗଣାମଧ୍ୟମ ପ୍ରତିନିଧି ତାଙ୍କୁ ବାଟ ଛାଡ଼ି ନଥିଲେ। ଏହାକୁ ନେଇ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ରିୟା ଗୋଟିଏ ଗଣମାଧ୍ୟମକୁ ବାଇଟ ନ […]

cdr

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 05:10 PM IST

ମୁମ୍ବାଇ: ବାରମ୍ବାର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଆଚରଣରେ ସମସ୍ୟାରେ ପଡ଼ୁଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ପୁଲିସ୍‌ ସୁରକ୍ଷା ମିଳିଛି। ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ରିୟାଙ୍କୁ ଟାର୍ଗେଟ କରାଯାଉଛି। ଗତକାଲି ରିୟା ସିବିଆଇ ଅଫିସକୁ ଜେରା ପାଇଁ ଯିବା ବେଳେ ଓ ସେଠାରୁ ଘରକୁ ଆସିବା ବେଳେ କିଛି ଗଣାମଧ୍ୟମ ପ୍ରତିନିଧି ତାଙ୍କୁ ବାଟ ଛାଡ଼ି ନଥିଲେ।

ଏହାକୁ ନେଇ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ରିୟା ଗୋଟିଏ ଗଣମାଧ୍ୟମକୁ ବାଇଟ ନ ଦେବାରୁ ଉକ୍ତ ଚ୍ୟାନେଲ ତାଙ୍କୁ ଅନେକ ପ୍ରକାରର ସମାଲୋଚନା ମଧ୍ୟ କରିଥିଲା। ରିୟା ତାଙ୍କ ଘରକୁ ଯିବା ପାଇଁ ଲିଫ୍ଟରେ ପ୍ରବେଶ କରିବା ବେଳେ ତାଙ୍କ ରାସ୍ତାକୁ ଗୋଟିଏ ଗଣମାଧ୍ୟମର ପ୍ରତିନିଧି ଜୋରଜବରଦସ୍ତ ଅଟକାଇ ବି ଥିଲେ।

ଗଣାମାଧ୍ୟମ ପ୍ରତିନିଧିଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ରିୟା ପୁଲିସ୍‌ ସୁରକ୍ଷା ମାଗିଥିଲେ। ସିବିଆଇ ପକ୍ଷରୁ ମଧ୍ୟ ମୁମ୍ବାଇ ପୁଲିସଙ୍କୁ ରିୟା ଯେମିତି ସୁରକ୍ଷିତ ଭାବେ ତଦନ୍ତରେ ସାମିଲ ହେବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଆଜି ମୁମ୍ବାଇ ପୁଲିସ୍‌ର ଟିମ୍‌ ରିୟାଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେଇଛି।

ଆଜି ରିୟା ସିବିଆଇ ଅଫିସ ଯିବା ବେଳେ ତାଙ୍କୁ ପୁଲିସ ଏସକର୍ଟ କରି ନେଇଥିଲା। ଡିଆରଡିଓ ଗେଷ୍ଟ ହାଉସ ପାଖରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜେରା ପରେ ସେ ପୁଲିସ୍‌ ସୁରକ୍ଷା ବଳୟରେ ହିଁ ନିଜ ଘରକୁ ଫେରିବେ।

ରିୟାଙ୍କ ଘର ପାଖରେ ଆଜି ଦୁଇ ମହିଳା କନଷ୍ଟେବଲଙ୍କ ସହ ୭ ଜଣ ପୁରୁଷ କନଷ୍ଟେବଲଙ୍କୁ ମୁତୟନ କରାଯାଇଥିଲା। ସେମାନେ ଗଣାମାଧ୍ୟମ ପ୍ରତିନିଧିଙ୍କୁ ଦୂରରେ ରଖି ରିୟାଙ୍କୁ ସିବିଆଇ ଅଫିସ ଅଭିମୁଖେ ନେଇଥିଲେ।

Related story