ହିନ୍ଦୁ ରୀତିନୀତିରେ ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ ଉଭୟ ସାମିଲ୍ ହେଉଥିଲେ। ତିନି ବର୍ଷ ପୂର୍ବେ କ୍ୟୁରେଶୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଭାନୁଶଙ୍କରଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କ୍ୟୁରେଶୀଙ୍କ ଉତ୍ତରାଧକାରୀ ତିନି ପୁଅ ଭାନୁଶଙ୍କରଙ୍କ ପାଇଁ […]

hindu

Subhransu Sekhar
  • Published: Monday, 16 September 2019
  • , Updated: 16 September 2019, 04:45 PM IST

ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ ଉଭୟ ସାମିଲ୍ ହେଉଥିଲେ। ତିନି ବର୍ଷ ପୂର୍ବେ କ୍ୟୁରେଶୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଭାନୁଶଙ୍କରଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କ୍ୟୁରେଶୀଙ୍କ ଉତ୍ତରାଧକାରୀ ତିନି ପୁଅ ଭାନୁଶଙ୍କରଙ୍କ ପାଇଁ ଯାହା କରିଛନ୍ତି ତାହା ଏବେ ସମାଜ ପାଇଁ ଉଦାହରଣ ପାଲଟିଛି।

ପାଣ୍ଡ୍ୟା ଜାତିରେ ବ୍ରାହ୍ମଣ ଥିଲେ। କୌଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗିଯିବା ପରେ ସେ କ୍ୟୁରେଶୀଙ୍କ ପରିବାର ସହ ରହୁଥିଲେ। କାରଣ ସେ ବିବାହ କରିନଥିଲେ। କିଛି ବର୍ଷ ପୂର୍ବେ ଗୋଡ଼ ଭାଙ୍ଗିଯିବାରୁ ବନ୍ଧୁ କ୍ୟୁରେଶୀଙ୍କ ପରାମର୍ଶ କ୍ରମେ ସେ ତାଙ୍କ ପରିବାର ସହ ରହୁଥିଲେ। ପାଣ୍ଡ୍ୟାଙ୍କୁ କ୍ୟୁରେଶୀଙ୍କ ତିନି ପୁଅ ଅବୁ, ନଶୀର ଏବଂ ଜୁବୀର କ୍ୟୁରେଶୀ ଦାଦା ବୋଲି ଡାକୁଥିଲେ। ଏମିତିକି କ୍ୟୁରେଶୀଙ୍କ ସ୍ତ୍ରୀ ପର୍ବପର୍ବାଣୀ ସମୟରେ ପାଣ୍ଡ୍ୟାଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ। ପାଣ୍ଡ୍ୟା ମଧ୍ୟ ଦିନକୁ ପାଞ୍ଚ ଥର ନମାଜ ପାଠ ପଢ଼ିବା ସହିତ ରମଜାନ ବେଳେ ଉପବାସ କରିବା ପାଇଁ ଭୁଲୁ ନଥିଲେ। ପାଣ୍ଡ୍ୟା ଶାକାହାରୀ ହୋଇଥିବାରୁ ତାଙ୍କ ପାଇଁ ଅଲଗା ରୋଷେଇ ହେଉଥିଲା।

ପାଣ୍ଡ୍ୟାଙ୍କ ଦେହାନ୍ତ ପରେ କ୍ୟୁରେଶୀଙ୍କ ତିନି ପୁଅ ଗଙ୍ଗା ଜଳ ଛିଞ୍ଚିବା ସହିତ ଧୋତି ଓ ଗାମୁଛା ପିନ୍ଧି କୋକେଇ ଉଠାଇଥିଲେ। ଏପରିକି ୧୨ ଦିନ ପାଳିବେ ବୋଲି ମଧ୍ୟ କହିଛନ୍ତି।

ଗୁଜରାଟର ଅମରେଲି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ପରାଗ ତ୍ରିବେଦୀ କ୍ୟୁରେଶୀ ପରିବାରଙ୍କ ଦ୍ୱାରା କରାଯାଇଥିବା ଏଭଳି କାମକୁ ପ୍ରଶଂସା କରିଛନ୍ତି। ପାଣ୍ଡ୍ୟାଙ୍କ ଶେଷକୃତ୍ୟ ତିନି କ୍ୟୁରେଶୀ ଭାଇ ଯେଉଁଭଳି ହିନ୍ଦୁ ରୀତିନୀତି ଅନୁସାରେ କରିଛନ୍ତି ତାହା ସମାଜରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

Related story