ଏକାକୀ ମହିଳାଙ୍କ ହଜ୍‌ ଯାତ୍ରାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ତିନ ତଲାକ ନିରୋଧ ପ୍ରସଙ୍ଗରେ ଲୋକସଭାରେ ବିଲ୍ ଆଗତ ହେବାପରେ ହଜଯାତ୍ରାକୁ ନେଇ ମନ କି  ବାତରେ ମୁସଲିମ ମହିଳାଙ୍କ ଅଧିକାର କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ପୁରୁଷ ଅଭିଭାବକଙ୍କ ବିନା  ଇସଲାମ ଧର୍ମାଲମ୍ବୀ ମହିଲା ହଜ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି ।ଚଳିତ ବର୍ଷ ଭାରତରୁ ଏକାକୀ ହଜ  ଯାତ୍ରା ପାଇଁ ୧୩୦୦ ମହିଳା ଆବେଦନ କରିଛନ୍ତି । ପୂର୍ବରୁ ମୁସଲିମ ମହିଳାମାନେ ଜଣେ ଅଭିଭାବକ ସହ  ହଜଯାତ୍ରା କରୁଥିଲେ।  ବର୍ତ୍ତମାନ […]

mm

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 08:30 PM IST

ନୂଆଦିଲ୍ଲୀ: ତିନ ତଲାକ ନିରୋଧ ପ୍ରସଙ୍ଗରେ ଲୋକସଭାରେ ବିଲ୍ ଆଗତ ହେବାପରେ ହଜଯାତ୍ରାକୁ ନେଇ ମନ କି  ବାତରେ ମୁସଲିମ ମହିଳାଙ୍କ ଅଧିକାର କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ପୁରୁଷ ଅଭିଭାବକଙ୍କ ବିନା  ଇସଲାମ ଧର୍ମାଲମ୍ବୀ ମହିଲା ହଜ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି ।ଚଳିତ ବର୍ଷ ଭାରତରୁ ଏକାକୀ ହଜ  ଯାତ୍ରା ପାଇଁ ୧୩୦୦ ମହିଳା ଆବେଦନ କରିଛନ୍ତି । ପୂର୍ବରୁ ମୁସଲିମ ମହିଳାମାନେ ଜଣେ ଅଭିଭାବକ ସହ  ହଜଯାତ୍ରା କରୁଥିଲେ।  ବର୍ତ୍ତମାନ ୪୫ ବର୍ଷ ବୟସ ପାର କରିଥିବା ମହିଳା ଅଭିଭାବକଙ୍କ ବିନା ହଜ ଯାତ୍ରା  କରିପାରିବେ । ଏକାକୀ ଯାତ୍ରା କରିବା ପାଇଁ ଆବେଦନ କରିଥିବା ମହିଳାଙ୍କୁ ଅଗ୍ରାଧୀକାର ଦେବାକୁ ସଂଖ୍ୟାଲଘୁ ମନ୍ତ୍ରାଳୟକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ସମାନ ଅଧିକାର ମିଳୁ, ଯାହାଦ୍ୱାରାକି ସେମାନେ  ମଧ୍ୟ ଆଗକୁ ବଢିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related story