ମିଆଁମାରରେ ଭାରତୀୟ ସେନାର ଅପରେସନ୍: ୧୦୦ରୁ ଅଧିକ ଆତଙ୍କବାଦୀ  ନିହତ

ନୂଆଦିଲ୍ଲୀ: ମଣିପୁରରେ ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରାଯିବା ପରେ ସଂପୃକ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ମାରିବା ପାଇଁ ଗତକାଲି ମଣିପୁର ଓ ନାଗାଲାଣ୍ଡ ସଂଲଗ୍ନ ମିଆଁମାର ସୀମା ମଧ୍ୟରେ ଏକ ସ୍ୱତନ୍ତ୍ର ଅପରେସନ୍ କରିଥିଲା ଭାରତୀୟ ସେନା। ଏହି ଅପରେସନରେ ଅନେକ ଆତଙ୍କବାଦୀ ମରିଥିଲେ ବୋଲି ସେନା ପକ୍ଷରୁ ଗତକାଲି ଏକ ସାମ୍ବାଦିକ ସମ୍ମଳିନୀରେ କୁହାଯାଇଥିଲା। ତେବେ କେତେ ସଂଖ୍ୟକ ଆତଙ୍କୀ ନିହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଦିଆଯାଇନଥିଲା। କେବଳ […]

armyoperation

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 11:49 AM IST

ନୂଆଦିଲ୍ଲୀ: ମଣିପୁରରେ ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରାଯିବା ପରେ ସଂପୃକ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ମାରିବା ପାଇଁ ଗତକାଲି ମଣିପୁର ଓ ନାଗାଲାଣ୍ଡ ସଂଲଗ୍ନ ମିଆଁମାର ସୀମା ମଧ୍ୟରେ ଏକ ସ୍ୱତନ୍ତ୍ର ଅପରେସନ୍ କରିଥିଲା ଭାରତୀୟ ସେନା। ଏହି ଅପରେସନରେ ଅନେକ ଆତଙ୍କବାଦୀ ମରିଥିଲେ ବୋଲି ସେନା ପକ୍ଷରୁ ଗତକାଲି ଏକ ସାମ୍ବାଦିକ ସମ୍ମଳିନୀରେ କୁହାଯାଇଥିଲା। ତେବେ କେତେ ସଂଖ୍ୟକ ଆତଙ୍କୀ ନିହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଦିଆଯାଇନଥିଲା। କେବଳ ଏତିକି କୁହାଯାଇଥିଲା ଯେ ଏମିତି ଅପରେସନ ଗୁଡ଼ିକର ମୃତାହତମାନଙ୍କ ସଂପର୍କରେ ହିସାବ କରାଯାଏ ନାହିଁ। ତେବେ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କୀ ନିହତ ହୋଇଛନ୍ତି।

ଭାରତୀୟ ଯବାନମାନେ ଦୁଇଟି ଭାଗରେ ବିଭିକ୍ତ ହୋଇ ଏହି ଅପରେସନକୁ ସଫଳ କରିଥିଲେ। ନାଗାଲାଣ୍ଡ ଓ ମଣିପୁର ସୀମାରେ ଯୋଜନାବଦ୍ଧ ଭାବେ ଏହି ଅପରେସନ୍ କରାଯାଇଥିଲା। ଏହି ଦୁଇ ରାଜ୍ୟପଟୁ ମିଆଁମାର ସୀମା ଭିତରକୁ ପ୍ରବେଶ କରିବାକୁ ପଡ଼ିଥିଲା ସେନାର ଏହି ଦୁ଼ଇଟି ଦଳକୁ। ଏଥିପାଇଁ ମିଆଁମାର ସେନା ମଧ୍ୟ ସହଯୋଗ କରିଥିଲା। ମଣିପୁର ପଟରେ ରାତି ପ୍ରାୟ ୩ଟା ବେଳ ୪୫ ମିନିଟ୍ ଧରି ଏହି ଅପେରସନ୍ କରାଯାଇଥିଲା। ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ନାଗାଲାଣ୍ଡ ପଟରୁ ମିଆଁମାରରେ ହୋଇଥିବା ଅପରେସନରେ ୧୫ରୁ ଅଧିକ ଆତଙ୍କୀ ନିହତ ହୋଇଛନ୍ତି। ଭାରତୀୟ ସେନା ଗତକାଲି କରିଥିବା ଅପରେସନ୍ ଅଞ୍ଚଳକୁ ମିଆଁମାର ସେନା ପକ୍ଷରୁ କର୍ଡନ କରି ରଖାଯାଇଛି।

ଏହି ଅପରେସନକୁ ଭାରତୀୟ ସେନାର ପ୍ରତିଶୋଧ ବୋଲି କୁହାଯାଉଥିଲେ ସୁଦ୍ଧା ସେନା ପକ୍ଷରୁ କୁହାଯାଇଛି ଯେ ଏହି ଆତଙ୍କବାଦୀ ସଂଗଠନ ଗୁଡ଼ିକ ପୁଣି ଥରେ ଦେଶ ଭିତରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଏବଂ ତାହାକୁ ରୋକିବାକୁ ଏହି ଅପରେସନ୍ କରାଯାଇଥିଲା।

Related story