ନଜୀବ ବନାମ କେଜ୍ରିୱାଲ: ହାଇକୋର୍ଟରେ ଦିଲ୍ଲୀ ସରକାର, ସୁପ୍ରମିକୋର୍ଟ ଗଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଯାଇ ପହଞ୍ଚଛି କୋର୍ଟରେ। ଦିଲ୍ଲୀ ସରକାର ଯାଇଛନ୍ତି ହାଇକୋର୍ଟ ଓ କେନ୍ଦ୍ର ସରକାର ଯାଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ଆଇଏଏସ୍ ଅଫିସର ମାନଙ୍କ ନିଯୁକ୍ତି ନେଇ ଉପ-ରାଜ୍ୟପାଳଙ୍କର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନକୁ ଚାଲେଞ୍ଜ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏହି ମାମଲାରେ […]

jungkejriwal

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 07:39 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ନଜୀବ ଜଙ୍ଗ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଯାଇ ପହଞ୍ଚଛି କୋର୍ଟରେ। ଦିଲ୍ଲୀ ସରକାର ଯାଇଛନ୍ତି ହାଇକୋର୍ଟ ଓ କେନ୍ଦ୍ର ସରକାର ଯାଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ଆଇଏଏସ୍ ଅଫିସର ମାନଙ୍କ ନିଯୁକ୍ତି ନେଇ ଉପ-ରାଜ୍ୟପାଳଙ୍କର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନକୁ ଚାଲେଞ୍ଜ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟକୁ ଚାଲେଞ୍ଜ କରି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ଦୁଇଟି ପିଟିସନର ଶୁଣାଣି ଆସନ୍ତାକାଲି (ଶୁକ୍ରବାର) ହେବ।

ଦିଲ୍ଲୀରେ ଆଇଏଏସ୍ ନିଯୁକ୍ତିରେ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପ-ରାଜ୍ୟପାଳ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଥିଲା। ଏହି ସବୁ ନିଷ୍ପତ୍ତି ନେବା ବେଳେ ଉପ-ରାଜ୍ୟପାଳ ଦିଲ୍ଲୀ ସରକାରଙ୍କର ପରାମର୍ଶ ନେବା ଜରୁରୀ ନୁହେଁ ବୋଲି ଏହି ନୋଟିଫିକେସନରେ କୁହାଯାଇଥିଲା।

ଏହା ପରେ ଦିଲ୍ଲୀ ଉପ-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଯୁଦ୍ଧ କମିବା ପରିବର୍ତ୍ତେ ଆହୁରି ବଢ଼ି ଯାଇଛି। ଗୃହ ମନ୍ତ୍ରଣାଳୟର ଏଭଳି ନୋଟିଫିକେସନ୍ ଅସାମ୍ବିଧାନିକ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଡକାଇଥିଲେ ଦିଲ୍ଲୀ ବିଧାନସଭାର ୨ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏଥିରେ ଗୃହମନ୍ତ୍ରାଳୟର ଏହି ନୋଟିଫିକେସନ ବିରୁଦ୍ଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଓ ଏହା ବେଆଇନ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ଏକ ମାମଲାର ଶୁଣାଣି କରିବାକୁ ଯାଇ କହିଥିଲେ ଯେ ଉପ-ରାଜ୍ୟପାଳ ଦିଲ୍ଲୀର ନିର୍ବାଚିତ ସରକାରକୁ ସମ୍ମାନ ଦେବା ଉଚିତ୍। ଦିଲ୍ଲୀରେ ଉପ-ରାଜ୍ୟପାଳ ବଡ଼ ନୁହନ୍ତି, ନିର୍ବାଚିତ ସରକାର ହିଁ ବଡ଼। ଆଉ ଏହା କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଇଥିଲା। ତେଣୁ ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାରକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଛନ୍ତି କେନ୍ଦ୍ର ସରକାର।

Related story