ଦେଶର ପ୍ରଥମ ଆୟୁର୍ବେଦ ସଂସ୍ଥାକୁ ଦେଶବାସୀଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଆୟୁର୍ବେଦ ସଂସ୍ଥାନ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାକୁ ଦେଶବାସୀଙ୍କ ପାଇଁ ସମର୍ପିତ କରିଛନ୍ତି। ଆୟୁର୍ବେଦ ଦିବସରେ ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ କରିଛନ୍ତି। ଏମ୍ସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି। ଏହି ଆୟୁର୍ବେଦ ସଂସ୍ଥାର ସ୍ଥାପନା ଆୟୁଷ ମନ୍ତ୍ରାଳୟ ଦ୍ୱାରା କରାଯାଇଛି। ଏହା ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପ୍ରଣାଳୀ ମଧ୍ୟରେ ତାଳମେଳ ଆଣିବା କାମ କରିବ। ଏଆଇଆଇଏ (ଅଲ୍ […]

17ayurveda

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 02:07 PM IST

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଆୟୁର୍ବେଦ ସଂସ୍ଥାନ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାକୁ ଦେଶବାସୀଙ୍କ ପାଇଁ ସମର୍ପିତ କରିଛନ୍ତି। ଆୟୁର୍ବେଦ ଦିବସରେ ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ କରିଛନ୍ତି। ଏମ୍ସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି।

ଏହି ଆୟୁର୍ବେଦ ସଂସ୍ଥାର ସ୍ଥାପନା ଆୟୁଷ ମନ୍ତ୍ରାଳୟ ଦ୍ୱାରା କରାଯାଇଛି। ଏହା ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପ୍ରଣାଳୀ ମଧ୍ୟରେ ତାଳମେଳ ଆଣିବା କାମ କରିବ। ଏଆଇଆଇଏ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦ)ର ସ୍ଥାପନା ୧୦ ଏକର ଜମିରେ କରାଯାଇଛି। ଏଥିପାଇଁ ୧୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା NABH (National Accreditation Board for Hospitals & Healthcare Providers) ମାନ୍ୟତା ପ୍ରାପ୍ତ ଚିକିତ୍ସାଳୟ ଅଟେ। ଏଥିରେ ଏକ ଏକାଡେମୀକ ବ୍ଲକ୍ ମଧ୍ୟ ରହିଛି।

ମୋଦି କହିଛନ୍ତି- “ଆୟୁର୍ବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ। ଏଥିରେ ସାମାଜିକ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସ୍ୱାସ୍ଥ୍ୟ ମଧ୍ୟ ସାମିଲ ଅଛି। ଆଗକୁ ଦେଶର ପ୍ରତି ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସାଳୟ ହେବ।”

Related story