ସିଙ୍ଗାପୁର ଗସ୍ତ ବେଳେ ମୋଦି-ମାଟିସ୍ ସାକ୍ଷାତ: ଚୀନର ଦବ୍‌ଦବା କମାଇବାକୁ ହୋଇଛିକି ଆଲୋଚନା ?

ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ଙ୍କ ସହିତ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୋଦି ଓ ମାଟିସଙ୍କ ଏହି ଆଲୋଚନାରେ ଦ୍ୱିପାକ୍ଷିକ ସୁରକ୍ଷା ପ୍ରସଙ୍ଗ ସହିତ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ପାଖାପାଖି ୧ ଘଣ୍ଟା ଧରି ହୋଇଥିବା ଏହି ଆଲୋଚନା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ। କିଛି ଦିନ ତଳେ ପ୍ରଶାନ୍ତ ମହାସାଗରରେ ଥିବା ନିଜର ମିଲିଟାରି କମାଣ୍ଡର […]

DSC_5022

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 06:34 PM IST

ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ଙ୍କ ସହିତ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୋଦି ଓ ମାଟିସଙ୍କ ଏହି ଆଲୋଚନାରେ ଦ୍ୱିପାକ୍ଷିକ ସୁରକ୍ଷା ପ୍ରସଙ୍ଗ ସହିତ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ପାଖାପାଖି ୧ ଘଣ୍ଟା ଧରି ହୋଇଥିବା ଏହି ଆଲୋଚନା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ। କିଛି ଦିନ ତଳେ ପ୍ରଶାନ୍ତ ମହାସାଗରରେ ଥିବା ନିଜର ମିଲିଟାରି କମାଣ୍ଡର ନାଁକୁ ଆମେରିକା ପରିବର୍ତ୍ତନ କରି ଇଣ୍ଡୋ-ପାସିଫିକ୍ କମାଣ୍ଡ ରଖିଥିଲା। ତାପରେ ହୋଇଥିବା ଏହି ମୋଦି-ମାଟିସ୍ ସାକ୍ଷାତକୁ ଅନ୍ତର୍ଜାତୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଦକ୍ଷିଣ ଚୀନ ସାଗରରେ ଚୀନକୁ ଚେକ୍‌ମେଟ୍ ଦେବାକୁ ଭାରତ ଓ ଆମେରିକା ମିଳିତ ଭାବେ ଚେଷ୍ଟା କରୁଥିବା କୁହାଯାଉଛି।

ଅନ୍ୟପଟେ ସିଙ୍ଗାପୁର ଗସ୍ତରେ ଥିବା ମୋଦି ଆଜି ମରିୟମ୍ମା ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ମନ୍ଦିର ହେଉଛି ସିଙ୍ଗାପୁରର ସର୍ବ ପୁରାତନ ମନ୍ଦିର। ଦକ୍ଷିଣ ଭାରତରୁ ଯାଇଥିବା ପ୍ରବାସୀମାନେ ୧୮୨୭ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଚାଇନା ଟାଉନରେ ଏହି ମନ୍ଦିର ଅଛି। ଲୋକଙ୍କ ବିଶ୍ୱାସ ଅଛି ମରିୟମ୍ମା ବିଭିନ୍ନ ରୋଗ ବଇରାଗକୁ ଦୂର କରୁଥିବା ଦେବୀ ଅଟନ୍ତି। ମୋଦି ଏକ ମସ୍‌ଜିଦ୍ ଦର୍ଶନ କରିବାକୁ ମଧ୍ୟ ଯାଇଥିଲେ।

ସେପଟେ ମୋଦିଙ୍କ ନାଁରେ ନାମିତ ହେଲା ଏକ ଅର୍କିଡ୍। ସିଙ୍ଗାପୁର ଗସ୍ତ ବେଳେ ସେ ନ୍ୟାସନାଲ ଅର୍କିଡ୍ ଗାର୍ଡେନ ଅଫ୍ ସିଙ୍ଗାପୁର ପରିଦର୍ଶନ କରିଥିଲେ। ତାଙ୍କ ସମ୍ମାନାର୍ଥେ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ଅର୍କିଡ୍‌ର ନାଁ ଦିଆଯାଇଛି ଡେନ୍‌ଡୋବ୍ରିୟମ୍ ନରେନ୍ଦ୍ର ମୋଦି। ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

Related story