ନରେଶ ଯାଦବଙ୍କ ନାଁରେ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ପଞ୍ଜାବରେ ଧାର୍ମିକ ଗ୍ରନ୍ଥକୁ ଅପମାନ କରିବା ଅଭିଯୋଗରେ ଗିରଫ ଆମ ଆଦମୀ ପାର୍ଟିର ବିଧାୟକ ନରେଶ ଯାଦବଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ପଞ୍ଜାବ ସଙ୍ଗରୁର କୋର୍ଟରେ ଶୁଣାଣି ଆଜି ଶେଷ ହୋଇଛି। ମାନ୍ୟବର କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ନରେଶ ଯାଦବଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ମାଲେରକୋଟଲା ଠାରେ ଆମ ଆଦମୀ ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନରେଶ ଯାଦବଙ୍କୁ  ଗିରଫ  କରିବା ଭୁଲ ବୋଲି କର୍ମୀମାନେ ଅଭିଯୋଗ […]

naresh-yadav ap

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 05:08 PM IST

ନୂଆଦିଲ୍ଲୀ: ପଞ୍ଜାବରେ ଧାର୍ମିକ ଗ୍ରନ୍ଥକୁ ଅପମାନ କରିବା ଅଭିଯୋଗରେ ଗିରଫ ଆମ ଆଦମୀ ପାର୍ଟିର ବିଧାୟକ ନରେଶ ଯାଦବଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ପଞ୍ଜାବ ସଙ୍ଗରୁର କୋର୍ଟରେ ଶୁଣାଣି ଆଜି ଶେଷ ହୋଇଛି। ମାନ୍ୟବର କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି।

ନରେଶ ଯାଦବଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ମାଲେରକୋଟଲା ଠାରେ ଆମ ଆଦମୀ ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନରେଶ ଯାଦବଙ୍କୁ  ଗିରଫ  କରିବା ଭୁଲ ବୋଲି କର୍ମୀମାନେ ଅଭିଯୋଗ କରିଥିଲେ।

ଗତକାଲି ଗିରଫପରେ ନରେଶଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା।

ଗିରଫ ପୂର୍ବରୁ ନରେଶ ଯାଦବ ଏକ ଗଣମାଧ୍ୟମକୁ କହିଥିଲେ,“ଯଦି ମୁଁ ଭୁଲ କରିଛି, ତାହାହେଲେ ମୋତେ ଫାଶି ଦିଆଯାଉ। ମୁଁ ତଦନ୍ତରେ ସାହାଯ୍ୟ କରୁଛି। ମୋର ଏହି ଘଟଣା ସହିତ କୌଣସି ସମ୍ପର୍କ ନାହିଁ।”

Related story