ମଙ୍ଗଳ ଗ୍ରହରେ ହେଲିକପ୍ଟର ଉଡାଇବ ନାଶା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ମଣିଷ ରହିବା ନେଇ ଆମେରିକାର ଚିନ୍ତା ।  ମଙ୍ଗଳ ଗ୍ରହରେ ବାସଉପଯୋଗୀ ପରିବେଶ, ଜଳବାୟୁ ସ୍ଥିତି, ଆବଶ୍ୟକ ଖାଦ୍ୟ ଏ ସବୁ ଉପରେ ଗବେଷଣା ଜାରି ରଖିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାଶା। ଏହି ପରିପ୍ରେକ୍ଷୀ ଉପରୋକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ନାଶା ପକ୍ଷରୁ ମଙ୍ଗଳ ଗ୍ରହକୁ  ଏକ ହେଲିକପ୍ଟର ପ୍ରେରଣ କରିବ। ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ପ୍ରଥମେ  ଡ୍ରୋନ୍‌  ପରେ ଏବେ  ହେଲିକପ୍ଟର ଉଡ଼ାଇବ ନାଶା। ଏନେଇ ଏକ […]

h-66

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 10:36 PM IST

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ମଣିଷ ରହିବା ନେଇ ଆମେରିକାର ଚିନ୍ତା ।  ମଙ୍ଗଳ ଗ୍ରହରେ ବାସଉପଯୋଗୀ ପରିବେଶ, ଜଳବାୟୁ ସ୍ଥିତି, ଆବଶ୍ୟକ ଖାଦ୍ୟ ଏ ସବୁ ଉପରେ ଗବେଷଣା ଜାରି ରଖିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାଶା। ଏହି ପରିପ୍ରେକ୍ଷୀ ଉପରୋକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ନାଶା ପକ୍ଷରୁ ମଙ୍ଗଳ ଗ୍ରହକୁ  ଏକ ହେଲିକପ୍ଟର ପ୍ରେରଣ କରିବ। ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ପ୍ରଥମେ  ଡ୍ରୋନ୍‌  ପରେ ଏବେ  ହେଲିକପ୍ଟର ଉଡ଼ାଇବ ନାଶା।

ଏନେଇ ଏକ ସ୍ୱୟଂଚାଳିତ ହେଲିକପ୍ଟର ନିର୍ମାଣ କରିଛି ନାଶା। ୨୦୨୦ରେ ହେବାକୁ ଥିବା ପରବର୍ତ୍ତୀ ରେଭର ମିସନ୍‌ରେ ଏହାକୁ କାର୍ଯ୍ୟକାରୀ କରାଯିବ। ଜୁଲାଇ ମାସ ପୂର୍ବରୁ ଏହି ହେଲିକପ୍ଟରକୁ ପଠାଯିବ। ଏହି ହେଲିକପ୍ଟରର କୁ 'ଦ ମାର୍ସ ହେଲିକପ୍ଟର' କୁହାଯାଉଛି। ଏହା ୧.୮କିଲୋଗ୍ରାମ ବିଶିଷ୍ଟ। ଏହାର ଶରୀର ଆକାର ଏକ ସଫ୍ଟବଲ ପରି। ଏହି ହେଲିକପ୍ଟର ମଙ୍ଗଳଗ୍ରହରେ ମନୁଷ୍ୟମାନଙ୍କର ରହିବାପାଇଁ ପରିବେଶ ଠିକ୍‌ ଅଛିକି ନାହିଁ ତାହା ପରୀକ୍ଷା କରିବ।

୨୦୨୦ ଜୁଲାଇ ମାସରେ ଏହି ହେଲିକପ୍ଟରକୁ ପୃଥିବୀରୁ ଉତ୍‌କ୍ଷେପଣ କରାଯିବ। ଏହା ୨୦୨୧ ସୁଦ୍ଧା ପହଞ୍ଚିଯିବାର ସମ୍ଭାବନା ରହିଛି। ନାସା ପ୍ରଶାସକ ଜିମ୍‌ ବ୍ରେଡିଷ୍ଟାଇନ୍‌ କହିଛନ୍ତି "ପ୍ରଥମ ଥର ନାସାର ଇତିହାସରେ ଏମିତି କିଛି ଘଟିବାକୁ ଯାଉଛି । ସେ କହିଛନ୍ତି ଅନ୍ୟ ଗ୍ରହରେ ହେଲିକପ୍ଟର ଉଡାଇବା ଏକ ରୋମାଞ୍ଚକର କଥା । ଏହି ହେଲିକପ୍ଟରର ବ୍ଲେଡ୍‌ ପାଖାପାଖି ୩୦୦୦ ଆରପିଏମ୍‌ ଗତିରେ ବୁଲିବ। ଯାହାର ଗତି ପୃଥିବୀ ଉପରେ ଉଡୁଥିବା ହେଲିକପ୍ଟର ତୁଳନାରେ ୧୦ଗୁଣା ଅଧିକ।

Related story