Advertisment

ପ୍ଳୁଟୋ ବରଫ ପାହାଡର ସନ୍ଧାନ

ୱାସିଂଟନ ଡି.ସି.: ପ୍ଲୁଟୋରେ ବରଫର ଉପସ୍ଥିତି ନେଇ ଧାରଣା ଅଧିକ ଦୃଢୀଭୂତ ହୋଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ପ୍ରେରଣ କରାଯାଇଥିବା ମହାକାଶ ଯାନ ‘ନ୍ୟୁ ହରାଇଜନ୍’ ନିକଟରେ ପଠାଇଥିବା କିଛି ଫଟୋ ପ୍ଲୁଟୋର ବାୟୁମଣ୍ଡଳ, ପାଣିପାଗ ଓ ନାଇଟ୍ରେଜନରୁ ସୃଷ୍ଟ ବରଫ ପାହାଡ଼ ସମ୍ପର୍କରେ ଅନେକ ନୂଆ ତଥ୍ୟ ଦେଇଛି। ବାମନ ଗ୍ରହ ଭାବେ ପରିଚିତ ପ୍ଲୁଟୋ ଅଭିଯାନରେ ନାସାକୁ ନୂଆ ସଫଳତା ମିଳିଛି। ନାସା ପଠାଇଥିବା ମହାକାଶ ଯାନ ‘ନ୍ୟୁ ହରାଇଜନ୍’ […]

ଅଦ୍ୟତନ ହୋଇଛି
ପ୍ଳୁଟୋ ବରଫ ପାହାଡର ସନ୍ଧାନ

NASA’s-New-Horizons-spacecraft-takes-stunning-photos-of-Pluto-1-480x205

Advertisment

ୱାସିଂଟନ ଡି.ସି.: ପ୍ଲୁଟୋରେ ବରଫର ଉପସ୍ଥିତି ନେଇ ଧାରଣା ଅଧିକ ଦୃଢୀଭୂତ ହୋଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ପ୍ରେରଣ କରାଯାଇଥିବା ମହାକାଶ ଯାନ ‘ନ୍ୟୁ ହରାଇଜନ୍' ନିକଟରେ ପଠାଇଥିବା କିଛି ଫଟୋ ପ୍ଲୁଟୋର ବାୟୁମଣ୍ଡଳ, ପାଣିପାଗ ଓ ନାଇଟ୍ରେଜନରୁ ସୃଷ୍ଟ ବରଫ ପାହାଡ଼ ସମ୍ପର୍କରେ ଅନେକ ନୂଆ ତଥ୍ୟ ଦେଇଛି। ବାମନ ଗ୍ରହ ଭାବେ ପରିଚିତ ପ୍ଲୁଟୋ ଅଭିଯାନରେ ନାସାକୁ ନୂଆ ସଫଳତା ମିଳିଛି। ନାସା ପଠାଇଥିବା ମହାକାଶ ଯାନ ‘ନ୍ୟୁ ହରାଇଜନ୍’ ପ୍ଲୁଟୋ ସମ୍ପର୍କରେ କେତେକ ଆଶ୍ଚର୍ଯ୍ୟକର ତଥ୍ୟ ପ୍ରଦାନ କରିଛି।NASA’s-New-Horizons-spacecraft-takes-stunning-photos-of-Pluto-4-480x343ଦୁଇମାସ ତଳେ ‘ନ୍ୟୁ ହରାଇଜନ୍’ ପ୍ଲୁଟୋ ନିକଟରେ ଅତିକ୍ରମ କରିବା ବେଳେ ଉଠାଇ ଥିବା ଫଟୋରୁ ଏହି ତଥ୍ୟ ମିଳିଛି। ଗତ ୧୩ ତାରିଖରେ ଏହି ଫଟୋଗୁଡିକୁ ଡାଉନଲୋଡ୍ କରାଯାଇଛି। ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ପ୍ଲୁଟୋରେ ପୃଥିବୀ ଭଳି ହାଇଡ୍ରୋଲୋଜିକାଲ ସାଇକଲ୍ ବା ଜଳଚକ୍ର ଚାଲିଥିବା ଜଣାପଡୁଛି। କୁହୁଡ଼ି ଭଳି କୌଣସି ଜିନିଷ କିମ୍ୱା ନାଇଟ୍ରୋଜେନ୍ ଅଥବା ମିଥେନ୍ ଗ୍ୟାସରୁ ସୃଷ୍ଟ ବରଫ ଦ୍ୱାରା ଏହି ଚକ୍ର ଚାଲିଥିବା ଅନୁମାନ କରାଯାଉଛି। ନୂଆ ଫଟୋରୁ ପ୍ଲୁଟୋର ପୃଷ୍ଠଦେଶ ବରଫାବୃତ୍ତ ଭୂଭାଗ ପରି ଜଣାପଡୁଛି। ସେହିପରି କେତେକ ସ୍ଥାନ ଉଚ୍ଚ ପର୍ବତ ଭଳି ଦେଖାଯାଉଛି। ଯାହାର ଉଚ୍ଚତା ୧୧ ହଜାର ଫୁଟରୁ ଅଧିକ ହେବ। ଏହା ନିକଟରେ ଗ୍ଲେସିୟର ଥିବାର ଲକ୍ଷଣ ଜଣାପଡୁଛି। ନାଇଟ୍ରୋଜେନ୍ ଗ୍ୟାସ୍ ଜମାଟ ବାନ୍ଧି ଏହି ବରଫ ସୃଷ୍ଟି ହୋଇଥାଇ ପାରେ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଗ୍ରୀନ୍ ଲ୍ୟାଣ୍ଡ ଓ ଆଣ୍ଟାର୍କଟିକାରେ ଆଇସକ୍ୟାପକୁ ଲାଗି ଜମାଟ ବାନ୍ଧିଥିବା ଝରଣା ପରି ଏହା ଦୃଶ୍ୟମାନ ହେଉଛି। ପୃଥିବୀରେ ସମୁଦ୍ର ପାଣି ବାଷ୍ପିଭୂତ ହୋଇ ଉପକୁ ଯାଏ, ତୁଷାର ଆକାରରେ ତଳକୁ ପଡେ ଓ ଗ୍ଲେସିୟର ତରଳି ପୁଣି ସମୁଦ୍ରରେ ମିଶିଥାଏ । ପ୍ଲୁଟୋରେ ନାଇଟ୍ରୋଜେନରୁ ସୃଷ୍ଟ ବରଫ ଦ୍ୱାରା ଯେ ଏଭଳି ଏକ ଚକ୍ର ଚାଲିଥିବ ବୈଜ୍ଞାନିକମାନେ କେବେ କଳ୍ପନା କରି ନ ଥିଲେ ବୋଲି ‘ନ୍ୟୁ ହରାଇଜନ’ ମିଶନ ସହ ସଂଶ୍ଳିଷ୍ଟ ଜଣେ ବୈଜ୍ଞାନିକ କହିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe