‘ସିନେମା ହଲ୍ରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ ନୁହେଁ’
- Published: Tuesday, 09 January 2018
- , Updated: 09 January 2018, 08:27 PM IST
<p>ନୂଆଦିଲ୍ଲୀ: ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ। ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ପୂର୍ବ ରାୟରେ ସଂଶୋଧନ ଆଣିଛନ୍ତି। କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଯେଉଁ ସଙ୍କେତ ଦେଇଥିଲେ, ସେ ନେଇ ଆଜି ବିଧିବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।</p>
<p>ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ ରାୟ ଉପରେ ସୁପ୍ରିମ୍‌କୋର୍ଟ ସଂଶୋଧନ କରିବା ସହ ନିଜ ପୂର୍ବ ରାୟକୁ ବଦଳାଇଛନ୍ତି। ମନ୍ତ୍ରିସ୍ତରୀୟ କମିଟି ଏନେଇ ୬ ମାସ ମଧ୍ୟରେ ପ୍ରସ୍ତାବ ଦେବେ। ପରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ହେବ। ପୂର୍ବରୁ ଏହି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ।</p>
<p>ସୂଚନାଯୋଗ୍ୟ, ୩୦ ନଭେମ୍ବର ୨୦୧୬ରେ ଜାତୀୟ ସଙ୍ଗୀତକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ ସୁପ୍ରିମ୍‌କୋର୍ଟ। ଦେଶର ସମସ୍ତ ସିନେମା ହଲ୍‌ରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ହେବ। ପରଦାରେ ଜାତୀୟ ପତାକାର ଛବି ରହିବ। ଏହି ସମୟରେ ସମସ୍ତ ବ୍ୟକ୍ତିଙ୍କୁ ଛିଡ଼ା ହେବା ଜରୁରୀ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିଜର ଏହି ରାୟକୁ ସଂଶୋଧନ କରିଛନ୍ତି ଅଦାଲତ।</p>
<p>ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ୱାଇ.ବି. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ଦ୍ୱାରା ଗଠିତ ତିନିଜଣିଆ ଖଣ୍ଡପୀଠ ମାମାଲାର ଶୁଣାଣି କରିଛନ୍ତି। ଅଦାଲତଙ୍କ ରାୟ ପରେ ଜାତୀୟ ସଙ୍ଗୀତ ଗାନକୁ ନେଇ ଲାଗି ରହିଥିବା ବିବାଦର କିଛି ସମୟ ପାଇଁ ଅନ୍ତ ଘଟିଛି।</p>