ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି। ଏଥିରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ସବୁ ବିଜେପି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଅନ୍ୟ ପଦାଧିକାରୀ ଯୋଗ ଦେଇଛନ୍ତି । ବିଜେପିର ୧୪୦୦ ବିଧାୟକ, ୩୩୭ ସାଂସଦଙ୍କ ସହିତ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। କାର୍ଯ୍ୟକାରିଣୀରେ ଦେଶର ଆର୍ଥିକ ପରିସ୍ଥିତି ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତା ସହିତ ଦଳର ଏଜେଣ୍ଡା ମଧ୍ୟ ସ୍ଥିର ହେବ। ୨୦୧୯ ଉପରେ ଫୋକ୍ସ ରହିବ ବୋଲି ଜଣାପଡ଼ିଛି ।