ନ୍ୟାସନାଲ ହେରାଲ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନିଆ ଓ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ମାମଲାରେ ତଳ କୋର୍ଟ ଜାରି କରିଥିବା ସମନକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୭ ତାରିଖରେ ଅଗ୍ରାହ୍ୟ କରିଦେଇଥିଲେ। ଏହା ବିରୋଧରେ ସୋନିଆ ଓ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେମାନଙ୍କ ସହିତ ସୁମନ ଦୁବେ ଓ ସାମ୍ ପିଟ୍ରୋଡା ମଧ୍ୟ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

Rahul-Sonia_Gandhi

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 11:52 AM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ମାମଲାରେ ତଳ କୋର୍ଟ ଜାରି କରିଥିବା ସମନକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୭ ତାରିଖରେ ଅଗ୍ରାହ୍ୟ କରିଦେଇଥିଲେ। ଏହା ବିରୋଧରେ ସୋନିଆ ଓ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେମାନଙ୍କ ସହିତ ସୁମନ ଦୁବେ ଓ ସାମ୍ ପିଟ୍ରୋଡା ମଧ୍ୟ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ହାଇକୋର୍ଟଙ୍କ ଅଗ୍ରାହ୍ୟ ପରେ ଡିସେମ୍ବର ୧୯ରେ ନ୍ୟାସନାଲ୍ ହେରାଲ୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀର ପାଟିଆଲା କୋର୍ଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପ-ସଭାପତି ରାହୁଲ ଗାନ୍ଧି ହାଜର ହୋଇଥିଲେ। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଥିଲେ।

ଦିଲ୍ଲୀ ପଟିଆଲା କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୨୦ ତାରିଖରେ କରାଯିବ। ସୁପ୍ରିମକୋର୍ଟ ରହିତାଦେଶ ନ ଦେଲେ ସୋନିଆ ଓ ରାହୁଲ ପୁଣିଥରେ ପଟିଆଲା କୋର୍ଟରେ ହଜାର ହେବେ।

Related story