ସଶସ୍ତ୍ର ଆକ୍ରମଣ କରି ନାଭା ଜେଲ୍‌ରୁ ଜଣେ ଆତଙ୍କବାଦୀ, ୪ ଗ୍ୟାଙ୍ଗଷ୍ଟାରଙ୍କୁ ଖସାଇ ନେଲେ

ଚଣ୍ଡୀଗଡ଼: ପଞ୍ଜାବର ନାଭା ଜେଲ୍‌ରେ ଆଜି ଭୋର ସମୟରେ ୧୦ ସଶସ୍ତ୍ର ଦୁର୍ବୃତ୍ତ ଆକ୍ରମଣ କରି ଜଣେ ଆତଙ୍କବାଦୀ ସମେତ ୫ ଜଣଙ୍କୁ ଖସାଇ ନେଇଛନ୍ତି। ଖସି ପଳାଇଥିବା ଅପରାଧୀଙ୍କ ମଧ୍ୟରେ ଖଲିସ୍ତାନ ଲିବରେସନ ଫୋର୍ସ (କେଏଲ୍‌ଏଫ୍‌)ର ମୁଖ୍ୟ ହରମିନ୍ଦର ସିଂହ ମିଣ୍ଟୁ ଅଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ସେନା ଅଧିକାରୀମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ଖବର ମୁତାବକ […]

mintoo

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 03:35 PM IST

ଚଣ୍ଡୀଗଡ଼: ପଞ୍ଜାବର ନାଭା ଜେଲ୍‌ରେ ଆଜି ଭୋର ସମୟରେ ୧୦ ସଶସ୍ତ୍ର ଦୁର୍ବୃତ୍ତ ଆକ୍ରମଣ କରି ଜଣେ ଆତଙ୍କବାଦୀ ସମେତ ୫ ଜଣଙ୍କୁ ଖସାଇ ନେଇଛନ୍ତି। ଖସି ପଳାଇଥିବା ଅପରାଧୀଙ୍କ ମଧ୍ୟରେ ଖଲିସ୍ତାନ ଲିବରେସନ ଫୋର୍ସ (କେଏଲ୍‌ଏଫ୍‌)ର ମୁଖ୍ୟ ହରମିନ୍ଦର ସିଂହ ମିଣ୍ଟୁ ଅଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ସେନା ଅଧିକାରୀମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି।

ଖବର ମୁତାବକ ଦୁର୍ବୃତ୍ତମାନେ ସୁରକ୍ଷା କର୍ମୀଙ୍କ ପୋଷାକରେ ଆସି ଜେଲ୍‌ ମଧ୍ୟରେ ପ୍ରବେଶ କରି ୧୦୦ ରାଉଣ୍ଡ ଗୁଳି ଚଳାଇଥିଲେ।

ଫେରାର ୪ ଗ୍ୟାଙ୍ଗଷ୍ଟାର ମଧ୍ୟରେ ଅଛନ୍ତି ଗୁରପ୍ରୀତ ସେଙ୍ଖୋ, ଭିକି ଗୋଣ୍ଡର, ନିତା ଦେଓଲ ଏବଂ ବିକ୍ରମଜିତ୍‌ ସିଂହ।

Related story