ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଥିବା ମତଭେଦ ଉତ୍କଟ ହୋଇ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମନଇଚ୍ଛା ବର୍ଷିଛନ୍ତି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ଆଜି ପଞ୍ଜାବ ସରକାର କ୍ୟାବିନେଟ ମିଟିଂ ଡାକିଥିଲେ ମଧ୍ୟ ସିଦ୍ଧୁ […]

amarinder-sidhu

Subhransu Sekhar
  • Published: Thursday, 06 June 2019
  • , Updated: 06 June 2019, 03:03 PM IST

ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଥିବା ମତଭେଦ ଉତ୍କଟ ହୋଇ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମନଇଚ୍ଛା ବର୍ଷିଛନ୍ତି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ଆଜି ପଞ୍ଜାବ ସରକାର କ୍ୟାବିନେଟ ମିଟିଂ ଡାକିଥିଲେ ମଧ୍ୟ ସିଦ୍ଧୁ ସେହି ବୈଠକରେ ଯୋଗ ଦେଇ ନାହାନ୍ତି। ଓଲଟା ସେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି କହିଛନ୍ତି, ପଞ୍ଜାବରେ ୫ଟି ଆସନରେ କଂଗ୍ରେସ ହାରିବା ପାଇଁ ପଞ୍ଜାବ କଂଗ୍ରେସର ସମସ୍ତ ନେତା ସାମୂହିକ ଭାବରେ ଦାୟୀ। ହେଲେ ଅମରିନ୍ଦର ତାଙ୍କ ଉପରକୁ ହିଁ କେବଳ ଅଙ୍ଗୁଳି ଉଠାଉଛନ୍ତି। ସେ ରାଜ୍ୟରେ ପ୍ରଚାର କରିନଥିବା ବେଳେ ତାଙ୍କର ଭୁଲ କେଉଁଠି ରହିଲା ବୋଲି ଫେସବୁକ ଲାଇଭରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରଶ୍ନ କରିଛନ୍ତି ନବଜୋତ୍। ରାଜ୍ୟରେ ନଗର ଉନ୍ନୟନ ବିଭାଗ ଦ୍ୱାରା ଭଲ ଭାବରେ କାମ ହୋଇନାହିଁ ବୋଲି ୫ ଆସନରେ କଂଗ୍ରେସ ହାରିଲା ବୋଲି ଅମରିନ୍ଦର ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭୁଲ ବୋଲି ସିଦ୍ଧୁ କହିଛନ୍ତି। ଏହି ବିବାଦକୁ ନେଇ କିନ୍ତୁ ଏବେ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଏକ ଘରିକିଆ ହୋଇଯାଇଥିବା ଜଣାପଡ଼ିଛି।

ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସିଦ୍ଧୁଙ୍କ ଯୋଗଦାନ ଘଟଣାକୁ କେନ୍ଦ୍ର କରି ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ମଧ୍ୟରେ ମତଭେଦ ଓ ଵାକଯୁଦ୍ଧ ହୋଇଥିଲା। ତାପରେ ସର୍ଜିକାଲ ଷ୍ଟ୍ରାଇକ ବେଳେ ଦେଶର ସେନାଙ୍କ ଉପରେ ସିଦ୍ଧୁ ପ୍ରଶ୍ନ ଉଠାଇବାକୁ ନେଇ ମତଭେଦ ଅଧିକ ଶାଣିତ ହୋଇଥିଲା।

ଏହାପରେ ଲୋକସଭା ନିର୍ବାଚନ ବେଳେ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ ବିଜେପି ବିଧାୟକଙ୍କୁ କଂଗ୍ରେସ ଦଳ ଅମୃତସର ଆସନ ପାଇଁ ଟିକେଟ ନଦେବାକୁ ନେଇ ସିଦ୍ଧୁ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଇଥିଲେ। ଏହାପରଠାରୁ ବିବାଦ ତେଜିବାରେ ଲାଗିଛି। ଦୁଇ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ବିଭାଗ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଏ କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହାତରେ ରହିଛି।

Related story