ପାକିସ୍ତାନ ଯିବାକୁ ଇଚ୍ଛୁକ ସିଦ୍ଧୁ, ବୈଦେଶିକ ମନ୍ତ୍ରଣାଳୟକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସିଦ୍ଧୁ। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସିଦ୍ଧୁ ଚିଠି ଲେଖି କହିଛନ୍ତି, ‘୯ ନେଭମ୍ୱରରେ ଶ୍ରୀ […]

navjot singh sidhu

Subhransu Sekhar
  • Published: Saturday, 02 November 2019
  • , Updated: 02 November 2019, 03:53 PM IST

ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସିଦ୍ଧୁ। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ମାଗିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସିଦ୍ଧୁ ଚିଠି ଲେଖି କହିଛନ୍ତି, '୯ ନେଭମ୍ୱରରେ ଶ୍ରୀ କରତାରପୁର ସାହିବ କରିଡରର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ ସରକାର ମୋତେ ନିମନ୍ତ୍ରଣ କରିଛନ୍ତି। ଶିଖ ହୋଇଥିବାରୁ ଗୁରୁ ବାବା ନାନକଙ୍କ ପ୍ରତି ନିଜର ଶ୍ରଦ୍ଧା ଅର୍ପଣ କରିବା ପାଇଁ ଯିବାକୁ ଚାହୁଁଛି। ଏଥିପାଇଁ ମୋତେ ପାକିସ୍ତାନ ଯିବାକୁ ଅନୁମତି ମିଳୁ'।

ସେହିପରି ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୋର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଯଦି ତାଙ୍କୁ ଅନୁମତି ମିଳିବ ତାହେଲେ ସେ ନିଶ୍ଚିତ ଯିବେ। ସୂଚନାଯୋଗ୍ୟ, କରତାରପୁର କରିଡର ଉଦଘାଟନ ପାଇଁ ସିଦ୍ଧୁଙ୍କୁ ପାକିସ୍ତାନ ନିମନ୍ତ୍ରଣ ଦେବା ପରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ସିଦ୍ଧୁ ପାକିସ୍ତାନ ଯିବା ପୂର୍ବରୁ ରାଜନୀତିକ ଅନୁମତି ନେବାକୁ ପଡ଼ିବ।

Related story