ଜେଲ୍‌ ଗଲେ ନୱାଜ୍‌ ଶରିଫ୍‌ ଏବଂ ଝିଅ ମାରିୟମ

ଲାହୋର: ଗିରଫ ହୋଇ ଜେଲ୍‌ ଯାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ। ଗତକାଲି ଲାହୋର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି। ରାତି ୮ଟା ୪୫ରେ ତାଙ୍କୁ ଗିରଫ କରାଗଲା। ବିମାନ ବନ୍ଦରରୁ ନଓ୍ଵାଜ ଓ ମାରିୟମଙ୍କୁ ଗିରଫ କରି ଦୁଇଟି ହେଲିକପ୍ଟ‌ରରେ ଭିନ୍ନ ଭିନ୍ନ ଜେଲ୍‌କୁ ନିଆଯାଇଛି। ନଓ୍ଵାଜଙ୍କ ଗିରଫଦାରୀ ପ୍ରତିବାଦରେ ଲାହୋର, କରାଚୀ ଏବଂ ଇସ୍‌ଲାମାବାଦରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଛି। ଦେଶରେ […]

704266-nawaz-sharif-and-maryam-sharif

704266-nawaz-sharif-and-maryam-sharif

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 04:17 PM IST

Sports

Latest News

ଲାହୋର: ଗିରଫ ହୋଇ ଜେଲ୍‌ ଯାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ। ଗତକାଲି ଲାହୋର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି। ରାତି ୮ଟା ୪୫ରେ ତାଙ୍କୁ ଗିରଫ କରାଗଲା। ବିମାନ ବନ୍ଦରରୁ ନଓ୍ଵାଜ ଓ ମାରିୟମଙ୍କୁ ଗିରଫ କରି ଦୁଇଟି ହେଲିକପ୍ଟ‌ରରେ ଭିନ୍ନ ଭିନ୍ନ ଜେଲ୍‌କୁ ନିଆଯାଇଛି। ନଓ୍ଵାଜଙ୍କ ଗିରଫଦାରୀ ପ୍ରତିବାଦରେ ଲାହୋର, କରାଚୀ ଏବଂ ଇସ୍‌ଲାମାବାଦରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଛି। ଦେଶରେ ଏବେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଗିରଫଦାରୀକୁ ନେଇ ବ୍ୟାପକ ହିଂସା ଘଟିବାର ଆଶଙ୍କା ମଧ୍ୟ କରାଯାଉଛି। ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ପାଇଁ ନୱାଜ୍‌ ଶରିଫ୍‌ ପ୍ରଚାର କରିବାକୁ ଆସିଥିଲେ ।

ପାନାମା ପେପର୍ସ ଲିକ୍‌ ମାମଲାରେ ପାକିସ୍ତାନୀ ଆକାଣ୍ଟିବିଲିଟି କୋର୍ଟ ସରିଫ୍‌ଙ୍କୁ ୧୦ବର୍ଷ ଏବଂ ଝିଅ ମାରିୟମଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏବେ ନୱାଜ୍‌ ଏବଂ ତାଙ୍କ ଝିଅ ମାରିୟମଙ୍କୁ ଗିରଫ କରାଯାଇ ରାୱଲପିଣ୍ଡି ଅଦିୟାଲା ଜେଲକୁ ନିଆଯାଇଛି। ନୱାଜ୍‌ଙ୍କୁ ଗିରଫ କରିବା ସମୟରେ ଲାହୋର ପୋଲିସ ପ୍ରଶାସନ ସେହି ଅଞ୍ଚଳର ସମସ୍ତ ଫୋନ ଏବଂ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos