ଶେଷରେ କ୍ଷମା ମାଗିଲେ ନୱାଜୁଦ୍ଦିନ୍

ବହୁ ବାଦ ବିବାଦ ପରେ ନୱାଜୁଦ୍ଦିନ ସିଦ୍ଦିକି କ୍ଷମା ମାଗିଛନ୍ତି ଓ ନିଜ ବାୟୋଗ୍ରାଫି ‘ଆନ୍ ଅଡିନାରି ଲାଇଫ୍’କୁ ପ୍ରତ୍ୟାହାର ନେଇଛନ୍ତି। ବହିର କିଛି ଅଂଶ ପାଇଁ ସେ ବିବାଦୀୟ ହୋଇ ପଡ଼ିଥିଲେ। ଏଥିରେ ସେ ତାଙ୍କ ପ୍ରେମ ଓ ସେକ୍ସ ଲାଇଫ୍ ବିଷୟରେ ଖୋଲା ଖୋଲି ଭାବେ ଲେଖିଛନ୍ତି। ଏକାଧିକ ମହିଳାଙ୍କ ସହିତ ତାଙ୍କର ସଂପର୍କ ଥିଲା ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। କେବଳ ଶାରୀରିକ ସଂପର୍କ ପାଇଁ ସେ ମହିଳାଙ୍କ ନିକଟତର ହେଉଥିଲେ […]

nawazudin

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 03:44 PM IST

ବହୁ ବାଦ ବିବାଦ ପରେ ନୱାଜୁଦ୍ଦିନ ସିଦ୍ଦିକି କ୍ଷମା ମାଗିଛନ୍ତି ଓ ନିଜ ବାୟୋଗ୍ରାଫି ‘ଆନ୍ ଅଡିନାରି ଲାଇଫ୍’କୁ ପ୍ରତ୍ୟାହାର ନେଇଛନ୍ତି। ବହିର କିଛି ଅଂଶ ପାଇଁ ସେ ବିବାଦୀୟ ହୋଇ ପଡ଼ିଥିଲେ। ଏଥିରେ ସେ ତାଙ୍କ ପ୍ରେମ ଓ ସେକ୍ସ ଲାଇଫ୍ ବିଷୟରେ ଖୋଲା ଖୋଲି ଭାବେ ଲେଖିଛନ୍ତି। ଏକାଧିକ ମହିଳାଙ୍କ ସହିତ ତାଙ୍କର ସଂପର୍କ ଥିଲା ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। କେବଳ ଶାରୀରିକ ସଂପର୍କ ପାଇଁ ସେ ମହିଳାଙ୍କ ନିକଟତର ହେଉଥିଲେ ବୋଲି ଲେଖିଛନ୍ତି। ଅଭିନେତ୍ରୀ ନିହାରିକା ସିଂହଙ୍କ ସହିତ ତାଙ୍କର ଶାରୀରିକ ସଂପର୍କ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିଭଳି ସେ ଗରିବ ହୋଇଥିବା ଯୋଗୁଁ ତାଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ ଥିଏଟର ଆର୍ଟିଷ୍ଟ୍ ତଥା ଅଭିନେତ୍ରୀ ସୁନୀତା ରାଜୱାର ତାଙ୍କୁ ଛାଡ଼ି ପଳାଇ ଥିଲେ ବୋଲି ଲେଖିଛନ୍ତି।

ତେବେ ଏହାକୁ ନେଇ ନୱାଜୁଦ୍ଦିନଙ୍କୁ କଡ଼ା ସମାଲୋଚନା କରିଥିଲେ ଉଭୟ ନିହାରିକା ଓ ସୁନୀତା। ନିହାରିକା କହିଥିଲେ ଯେ ନିଜ ବହି ବିକ୍ରି କରିବାକୁ ସେ ଏମିତି ମନଗଢ଼ା କାହାଣୀ ଲେଖିଛନ୍ତି। ସୁନୀତା କହିଥିଲେ ଯେ ନୱାଜୁଦ୍ଦିନ ସେତେବେଳେ ବି ମହିଳାମାନଙ୍କୁ ସମ୍ମାନ ଦେବା ଶିଖି ନଥିଲେ କି ଆଜି ପର୍ଯ୍ୟନ୍ତ ବି ଶିଖି ପାରି ନାହାନ୍ତି। ସେ ଫେସ୍ ବୁକ୍‌ରେ ଏ ନେଇ ଏକ ଲମ୍ବା ଚଉଡ଼ା ଲେଖା ପୋଷ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ- ନୱାଜୁଦ୍ଦିନ ନିଜ ବହି ବିକିବା ପାଇଁ ଜଣେ ମହିଳାଙ୍କୁ ବଦନାମ କରୁଛନ୍ତି: ନିହାରିକା

ନିଜ ବହିକୁ ନେଇ ବିବାଦ ବଢୁଥିବା ଦେଖି ନୱାଜୁଦ୍ଦିନ ସମସ୍ତଙ୍କୁ କ୍ଷମା ମାଗିବା ସହ ନିଜ ବହିକୁ ଫେରସ୍ତ କରି ନେଇଛନ୍ତି। ଟ୍ୱିଟର ଜରିଆରେ ସେ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, “ମୁଁ ସେ ସମସ୍ତଙ୍କୁ କ୍ଷମା ମାଗୁଛି। ଯଦି ମୋ ବହି ଯୋଗୁଁ କାହାର ମନକୁ କଷ୍ଟ ହୋଇଛି. ତା’ହେଲେ ସେଥିପାଇଁ ମୁଁ ବହୁତ ଦୁଃଖିତ। ତେଣୁ ମୁଁ ମୋ ବଜାରରୁ ବହିକୁ ମଧ୍ୟ ପ୍ରତ୍ୟାହାର କରି ନେଉଛି।”

ଆହୁରି ପଢ଼ନ୍ତୁ- ନୱାଜୁଦ୍ଦିନଙ୍କ ଉପରେ ବର୍ଷିଲେ ପ୍ରଥମ ଗାର୍ଲଫ୍ରେଣ୍ଡ; ପଢ଼ନ୍ତୁ କ’ଣ କହିଛନ୍ତି

ଏହି ବହିଟିକୁ ନୱାଜୁଦ୍ଦିନ ଓ ସାମ୍ବାଦିକ ପତ୍ରକାର ଋତୁପର୍ଣ୍ଣା ଚାଟାର୍ଜିଙ୍କ ସହ ମିଶି ଲେଖିଛନ୍ତି।

Related story