ପ୍ରଜାକୋର୍ଟରେ ବିଚାର ପରେ ନକ୍ସଲଙ୍କ କବଳରୁ ମୁକୁଳିଲେ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଠିକାଦାର ଭାବି କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରାଙ୍କୁ ଅପହରଣ କରିନେଇଥିଲେ ନକ୍ସଲ। ଆଜି ବସିଥିବା ପ୍ରଜାକୋର୍ଟରେ ବିଚାର ପରେ ତାଙ୍କୁ ଛାଡ଼ିଛନ୍ତି। ଦୀର୍ଘ ୭ ଦିନ ପରେ ନକ୍ସଲଙ୍କ କବଳରୁ ମୁକୁଳି ପତ୍ନୀ ଅର୍ପିତାଙ୍କ ସହ ଘରକୁ ଫେରିଛନ୍ତି କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା। ଏପରି ଘଟଣା ଛତିଶଗଡ଼ ରାଜ୍ୟରେ ଘଟିଛି। ଗତ ୧୨ ତାରିଖରେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଓ ତାଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ […]

Naxal

Manoranjan Sial
  • Published: Wednesday, 17 November 2021
  • , Updated: 17 November 2021, 05:24 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଠିକାଦାର ଭାବି କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରାଙ୍କୁ ଅପହରଣ କରିନେଇଥିଲେ ନକ୍ସଲ। ଆଜି ବସିଥିବା ପ୍ରଜାକୋର୍ଟରେ ବିଚାର ପରେ ତାଙ୍କୁ ଛାଡ଼ିଛନ୍ତି। ଦୀର୍ଘ ୭ ଦିନ ପରେ ନକ୍ସଲଙ୍କ କବଳରୁ ମୁକୁଳି ପତ୍ନୀ ଅର୍ପିତାଙ୍କ ସହ ଘରକୁ ଫେରିଛନ୍ତି କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା। ଏପରି ଘଟଣା ଛତିଶଗଡ଼ ରାଜ୍ୟରେ ଘଟିଛି।

ଗତ ୧୨ ତାରିଖରେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଓ ତାଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଜାପୁର ଅଞ୍ଚଳରେ ଚାଲିଥିବା ରାସ୍ତା କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ। ସେତେବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ। ଅଜୟଙ୍କୁ ଠିକାର ଭାବି ନକ୍ସଲମାନେ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ଘଞ୍ଚ ଜଙ୍ଗଲରେ ରଖିଥିଲେ। ଠିକାରଦାର କି ନୁହେଁ ବାରମ୍ୱାର ପଚାରୁଥିଲେ। ଲାକ୍ରା ମନା କରୁଥିଲେ ମଧ୍ୟ ମନରେ ଭୟ ଥିଲା। ସେ ଘରକୁ ଫେରିବେ ବୋଲି କେବେ ଭାବିନଥିଲେ।

ସ୍ୱାମୀ ନକ୍ସଲଙ୍କ କବ୍‌ଜାରେ ଥିବା ଜାଣିବା ପରେ ପତ୍ନୀ ଅର୍ପିତା ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲେ। ଆଉ ନିଜ ଜୀବନ ସାଥୀଙ୍କୁ ଛାଡ଼ିବା ପାଇଁ ନକ୍ସଲଙ୍କୁ ଅନୁରୋଧ କରୁଥିଲେ। ଏପରିକି ସ୍ୱାମୀଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ପାଇଁ ନିଜର ଜଣାଶୁଣା ଓ ଚିହ୍ନା ପରିଚିତ ଲୋକଙ୍କୁ ଗୁହାରୀ କରୁଥିଲେ।

ଅପହରଣ ସପ୍ତମ ଦିନରେ ଆଜି କୁରନା ଜଙ୍ଗଲରେ ବସିଥିଲା ପ୍ରଜାକୋର୍ଟ। ନକ୍ସଲମାନେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରାଙ୍କୁ ହାଜର କରାଇ ଥିଲେ। ଦୀର୍ଘ ତିନି ଘଣ୍ଟା ଧରି ବିଚାର ଚାଲିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଓ ପୁଲିସ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରିଥିଲେ ନକ୍ସଲ ନେତାମାନେ। ପରେ ନକ୍ସଲ ନେତାମାନେ ଅଜୟଙ୍କୁ ତାଙ୍କ ପତ୍ନୀ ଅର୍ପିତା ଓ ଅନ୍ୟ ମଧ୍ୟସ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ନକ୍ସଲଙ୍କ କବଳରୁ ମୁକୁଳିବା ପରେ ଅଜୟ ତାଙ୍କ ପତ୍ନୀଙ୍କ ସହ ଘରକୁ ଫେରୁଛନ୍ତି।

ଅଜୟ ରୋଷନ ଲାକ୍ରା କହିଛନ୍ତି-“ସାତ ଦିନ ଭିତରେ ମୋତେ କେବେ କୌଣସି ନିର୍ଯାତନା ଦେଇନାହାନ୍ତି ନକ୍ସଲ। ଏପରି ମାରପିଟ୍‌ ମଧ୍ୟ କରିନାହାନ୍ତି। କିନ୍ତୁ ମନରେ ଭୟ ଥିଲା। ଘରକୁ ଫେରିବି ବୋଲି କେବେ ଭାବିନଥିଲି। ଆଜି ମୁକୁଳିଲା ପରେ ମୋତେ ନୂଆ ଜୀବନ ମିଳିଲା ପରି ଲାଗୁଛି।”

Related story