ଡ୍ରଗ୍ସ ରାକେଟ: ସ୍କାନରରେ ମନ୍ତ୍ରୀଙ୍କ ଜ୍ୱାଇଁ, ଏନସିବି କଲା ସମନ

ମୁମ୍ୱାଇ: ଡ୍ରଗ୍ସ ରାକେଟର ଚେର ଖୋଜୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ମହାରାଷ୍ଟ୍ରରେ ଚାଲିଥିବା ଡ୍ରଗ୍ସ ରାକେଟ ମାମଲାରେ ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଥିବା ନଓ୍ୱାବ ମଲିକଙ୍କ ଜ୍ୱାଇଁ ଥିବା ଏନସିବି ସନ୍ଦେହ କରିଛି। ଏହାପରେ ଏନସିବି ଜେରା କରିବା ପାଇଁ ନଓ୍ୱାବଙ୍କ ଜ୍ୱାଇଁ ସମୀର ଖାନଙ୍କୁ ସମନ୍ କରିଛି। ଗତ ସପ୍ତାହରେ ଏହି ମାମଲାରେ ବ୍ରିଟିଶ ନାଗରିକ ସଜନାନୀ ଗିରଫ୍ ହୋଇଥିଲା। ଗିରଫ ବେଳେ ସଜନାନୀ ପାଖରୁ ୨୦୦ କେଜି ଡ୍ରଗ୍ସ […]

Nawab Mallick

Subhransu Sekhar
  • Published: Wednesday, 13 January 2021
  • , Updated: 13 January 2021, 04:24 PM IST

ମୁମ୍ୱାଇ: ଡ୍ରଗ୍ସ ରାକେଟର ଚେର ଖୋଜୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ମହାରାଷ୍ଟ୍ରରେ ଚାଲିଥିବା ଡ୍ରଗ୍ସ ରାକେଟ ମାମଲାରେ ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଥିବା ନଓ୍ୱାବ ମଲିକଙ୍କ ଜ୍ୱାଇଁ ଥିବା ଏନସିବି ସନ୍ଦେହ କରିଛି। ଏହାପରେ ଏନସିବି ଜେରା କରିବା ପାଇଁ ନଓ୍ୱାବଙ୍କ ଜ୍ୱାଇଁ ସମୀର ଖାନଙ୍କୁ ସମନ୍ କରିଛି।

ଗତ ସପ୍ତାହରେ ଏହି ମାମଲାରେ ବ୍ରିଟିଶ ନାଗରିକ ସଜନାନୀ ଗିରଫ୍ ହୋଇଥିଲା। ଗିରଫ ବେଳେ ସଜନାନୀ ପାଖରୁ ୨୦୦ କେଜି ଡ୍ରଗ୍ସ ମିଳିଥିଲା ସଜନାନୀର ଗୁଗୁଲ ପେ ଆକାଉଣ୍ଟରୁ ସମୀର ଆକାଉଣ୍ଟକୁ ୨୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି। ଏହି ଟଙ୍କା ଡ୍ରଗ୍ସ କାରବାର ପାଇଁ ହୋଇଥିବା ଏନସିବି ସନ୍ଦେହ କରିଛି। ତେଣୁ ଜେରା ପାଇଁ ସମୀରଙ୍କୁ ଡାକିଛି ଏନସିବି।

ଏହି ବିଦେଶୀ ନାଗରିକ ଡ୍ରଗ୍ସ ମାମଲାରେ ଗିରଫ୍ ହେବା ପରେ ମୁମ୍ୱାଇର ପ୍ରସିଦ୍ଧ ମୁଛଡ ପାନ ଦୋକାନୀର ଲିଙ୍କ୍ ସାମ୍ନା କରିଥିଲା। ମଙ୍ଗଳବାର ପାନ ଦୋକାନୀର ପୁଅ ରାମକୁମାର ତିଓ୍ୱାରୀକୁ ଗିରଫ୍ କରିଛି। ଏବେ ସେ ବିଚାର ବିଭାଗୀୟ ହେପାଜତରେ ରହିଛି।

ମୁମ୍ୱାଇରେ ମୁଛଡ ପାନ ଦୋକାନ ବହୁତ ଲୋକପ୍ରିୟ। ସମସ୍ତେ ପାନ ଖାଇବା ପାଇଁ ଏହି ଦୋକାନକୁ ପସନ୍ଦ କରନ୍ତି। କେମ୍ପସ କର୍ଣ୍ଣରରେ ଥିବା ଏହି ପାନ ଦୋକାନକୁ ରାମ କୁମାର ତିଓ୍ୱାରୀ ଏବଂ ଜୟଶଙ୍କର ତିଓ୍ୱାରୀ ଚଳାନ୍ତି। ତାଙ୍କ ବାପାଙ୍କ ନାମରେ ଏହି ପାନ ଦୋକାନ ହୋଇଛି। ଉଭୟଙ୍କୁ ସୋମବାର ଏନସିବି ଜେରା କରିଥିଲା। ହେଲେ ଡ୍ରଗ୍ସ ଲିଙ୍କରେ ରାମ କୁମାରଙ୍କୁ ଗିରଫ୍ କରିଛି। ଜୟଶଙ୍କର ତିଓ୍ୱାରୀ ମୁଛଡ ପାନ ଦୋକାନୀ ଭାବରେ ପରିଚିତ। ପାନ ବ୍ୟବସାୟ କରି ଏହି ଦୁଇ ଭାଇ କୋଟିପତି ହୋଇଛନ୍ତି। ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ। ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି।

Related story