ପ୍ରିୟଙ୍କାଙ୍କୁ ପୁଲିସ୍‌ର ଠେଲାପେଲା ଘଟଣାରେ ଏନସିଡବ୍ଲ୍ୟୁଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାକୁ ପୁଲିସ୍‌ ଠେଲାପେଲା କରିଥିଲା। ଏପରି କି ଜଣେ ପୁଲିସ୍‌ ବାବୁ ପ୍ରିୟଙ୍କାଙ୍କ ଡ୍ରେସ ଭିଡ଼ି ଧରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ପୁଲିସ୍‌ର ଏଭଳି ଦୁର୍ବ୍ୟବହାର ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ)। ପ୍ରିୟଙ୍କାଙ୍କୁ ଠେଲା ପେଲା ଘଟଣାରେ ଏନସିଡବ୍ଲ୍ୟୁ ପୁଲିସ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନସିଡବ୍ଲ୍ୟୁ […]

cv

Hemant Lenka
  • Published: Monday, 05 October 2020
  • , Updated: 05 October 2020, 07:23 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାକୁ ପୁଲିସ୍‌ ଠେଲାପେଲା କରିଥିଲା। ଏପରି କି ଜଣେ ପୁଲିସ୍‌ ବାବୁ ପ୍ରିୟଙ୍କାଙ୍କ ଡ୍ରେସ ଭିଡ଼ି ଧରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ପୁଲିସ୍‌ର ଏଭଳି ଦୁର୍ବ୍ୟବହାର ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ)। ପ୍ରିୟଙ୍କାଙ୍କୁ ଠେଲା ପେଲା ଘଟଣାରେ ଏନସିଡବ୍ଲ୍ୟୁ ପୁଲିସ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନସିଡବ୍ଲ୍ୟୁ ଟ୍ୱିଟ କରି କହିଛନ୍ତି, “ଏଭଳି ଆକ୍ରମଣାତ୍ମକ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ।

ହାଥରସ ଯିବା ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ପୁଲିସ୍‌ ଯେଉଁଭଳି ଦୁର୍ବ୍ୟବହାର କରିଥିଲା, ତା’କୁ ଜାତୀୟ ମହିଳା କମିଶନ ଦୃଢ଼ ଭାବେ ନିନ୍ଦା କରୁଛନ୍ତି। ଏଭଳି ବ୍ୟବହାର କେବେ ହେଲେ ଗ୍ରହଣୀୟ ନୁହେଁ। ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ଉତ୍ତର ପ୍ରଦେଶ ଡିଜିପିଙ୍କୁ ଯଥାଶୀଘ୍ର କାରଣ ଦର୍ଶାଇବାକୁ ନୋଟିସ କରିଛନ୍ତି।”

ଶନିବାର ମଧ୍ୟାହ୍ନରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ଦିଲ୍ଲୀ-ୟୁପି ବର୍ଡରେ ପୁଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିବା ସହ ପ୍ରିୟଙ୍କାକୁ ଠେଲାପେଲା କରିଥିଲା।

Related story