ଘର ଢିଙ୍କି କୁମ୍ଭୀର: ମୋଦିଙ୍କୁ ଝଟକା ଦେଲେ ତାଙ୍କରି ସାଂସଦ, ଗୃହରେ ଅନୁପସ୍ଥିତ ଥିବାରୁ ପାସ୍ ହୋଇଗଲା ବିରୋଧୀଙ୍କ ଦାବି

ନୂଆନିଲ୍ଲୀ: ସରକାରଙ୍କୁ ସବୁବେଳେ ଝଟକା ଦିଅନ୍ତି ବିରୋଧୀ। କିନ୍ତୁ ବେଳେବେଳେ ନିଜ ଦଳର ସାଂସଦମାନେ ବି ସରକାରଙ୍କୁ ଝଟକା ଦେଇଥାନ୍ତି। ଯେମିତି ହୋଇଛି ମୋଦି ସରକାରଙ୍କ କ୍ଷେତ୍ରରେ। କେମିତି ଓ କେଉଁ ପରିପ୍ରେକ୍ଷୀରେ ଏମିତି ହେଲା ପଢ଼ନ୍ତୁ। ଘଟଣାଟି ଘଟିଛି ରାଜ୍ୟସଭାରେ। ପ୍ରସଙ୍ଗ ଥିଲା, ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାକୁ। କେନ୍ଦ୍ର ସାମାଜିକ କଲ୍ୟାଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ୧୨୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀଙ୍କ ଦାବି ଥିଲା, […]

rajysabha

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 03:40 PM IST

ନୂଆନିଲ୍ଲୀ: ସରକାରଙ୍କୁ ସବୁବେଳେ ଝଟକା ଦିଅନ୍ତି ବିରୋଧୀ। କିନ୍ତୁ ବେଳେବେଳେ ନିଜ ଦଳର ସାଂସଦମାନେ ବି ସରକାରଙ୍କୁ ଝଟକା ଦେଇଥାନ୍ତି। ଯେମିତି ହୋଇଛି ମୋଦି ସରକାରଙ୍କ କ୍ଷେତ୍ରରେ। କେମିତି ଓ କେଉଁ ପରିପ୍ରେକ୍ଷୀରେ ଏମିତି ହେଲା ପଢ଼ନ୍ତୁ।

ଘଟଣାଟି ଘଟିଛି ରାଜ୍ୟସଭାରେ। ପ୍ରସଙ୍ଗ ଥିଲା, ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାକୁ। କେନ୍ଦ୍ର ସାମାଜିକ କଲ୍ୟାଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ୧୨୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀଙ୍କ ଦାବି ଥିଲା, ଆୟୋଗ ସଦସ୍ୟଙ୍କ ସଂଖ୍ୟା ୩ରୁ ୫କୁ ବଢ଼ାଯାଉ। ଆୟୋଗରେ ଜଣେ ମହିଳା ସଦସ୍ୟଙ୍କୁ ସାମିଲ କରାଯାଉ ଓ ଆୟୋଗରେ କେବଳ ପଛୁଆ ବର୍ଗ ସଦସ୍ୟଙ୍କୁ ସାମିଲ କରାଯାଉ।

ବିରୋଧୀଙ୍କର ଏ ଦାବିରେ ସରକାର ରାଜି ନଥିଲେ। ବିଲ୍‌ ଉପରେ ପ୍ରାୟ ୪ ଘଣ୍ଟା ଧରି ଆଲୋଚନା ଚାଲିବା ପରେ ଶେଷରେ ଭୋଟ୍ ନିଆଗଲା। କିନ୍ତୁ ଭୋଟିଂ ବେଳେ ହିଁ ଗୃହରେ ସରକାରୀ ମେଣ୍ଟ ଏନଡିଏର କୌଣସି ସାଂସଦ ଓ ମନ୍ତ୍ରୀ ଉପସ୍ଥିତ ନଥିଲେ। ଫଳରେ ବିରୋଧୀ ଦେଇଥିବା ସଂଶୋଧନ ଗୁଡ଼ିକ ପାସ୍ ହୋଇଯାଇଥିଲା ଓ ସରକାର ହାରି ଯାଇଥିଲେ।

ଭୋଟିଂ ବେଳେ ବିଜେପି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜୟ ଗୋୟଲ, ପିୟୁଷ ଗୋୟଲ, ଏମ.ଜେ. ଆକବର ଓ ନିର୍ମଳା ସୀତାରମଣଙ୍କ ସମେତ ଅନେକ ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ସଂଶୋଧନ ସପକ୍ଷରେ ୭୫ଟି ଭୋଟ୍ ମିଳିଥିବା ବେଳେ ଏହା ବିପକ୍ଷରେ ୫୪ଟି ଭୋଟ ପଡ଼ିଥିଲା।

ଏପରି ହେବ ବୋଲି ସରକାରଙ୍କ ବିଶ୍ୱାସ ବାହାରେ ଥିଲା। ତେଣୁ ସଂଶୋଧନ ବିଲ୍ ଭୋଟିଂରେ ହାରିବା ପରେ ସରକାରୀ ସଦସ୍ୟମାନେ ରାଜ୍ୟସଭା ଟିଭିର ସିଧାପ୍ରସାରଣ ବନ୍ଦ କରି, ବିରୋଧୀ ସଦସ୍ୟଙ୍କୁ ନିଜ ଦାବି ସଂପର୍କରେ ଆଉଥରେ ବିଚାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଗୃହର ଉପାଧ୍ୟକ୍ଷ କହିଥିଲେ ଯେ ଥରେ ବିଲ୍ ପାସ୍ ହୋଇସାରିଛି, ତେଣୁ ସେଥିରେ ଆଉ କୌଣସି ସଂଶୋଧନ ହୋଇପାରିବ ନାହିଁ। ସୂଚନାଯୋଗ୍ୟ, ଏହି ସଂଶୋଧନ ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇଯାଇଛି।

Related story